ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଏଥର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଯୋଗ୍ୟତା ନିୟମରେ ପରିବର୍ତ୍ତନ କରାଯାଇଛି। ୧୦ ବର୍ଷର ଅଭିଜ୍ଞତା ଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନେ ଆବେଦନ ପାଇଁ ଯୋଗ୍ୟ ହେବେ। ଠିକାରେ ତଥା ଶିକ୍ଷାମିତ୍ର ରୂପେ କାର୍ଯ୍ୟ କରୁଥିବା ଶିକ୍ଷକମାନେ ଆବେଦନ କରି ପାରିବେ ନାହିଁ। ୨୦୨୩ରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ବାରା ଜାତୀୟ ଶିକ୍ଷକ ପୁରସ୍କାରର ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ୪୭ ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷରୁ ୫୦ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ। ଏଥିରେ ଦୁଇଜଣ ଦିବ୍ୟାଙ୍ଗ ଶିକ୍ଷକଙ୍କୁ ପୁରସ୍କାର ଦିଆଯିବ। ଏଥର ଓଡ଼ିଶାର ରାଜ୍ୟ ଚୟନ କମିଟି ଦ୍ବାରା ସର୍ବାଧିକ ଛଅଟି ଆବେଦନକୁ ଜାତୀୟସ୍ତରୀୟ ସ୍ବତନ୍ତ୍ର ଜୁରିଙ୍କ ନିକଟକୁ ପଠାଇବାର ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି।






More Stories
ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନମ ୱାଙ୍ଗଚୁକ…..
ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରତ୍ୟେକ ନାଗରିକଙ୍କ ଅଧିକାର, ଲାଠିଚାର୍ଜ ଠିକ୍ ନୁହେଁ’…..
ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା !…..