ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଉପରେ ଡ୍ରୋନ ଉଡିବା ପରେ ଉଭାନ ହୋଇଗଲା। ଏହି ଖବର ପ୍ରଚାର ହେବା ପରେ ଦିଲ୍ଲୀରେ ସୁରକ୍ଷାକୁ କଡାକଡି କରାଯାଇ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଚାରିପଟେ ବହୁ ସଂଖ୍ୟାରେ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି। ସୂଚନା ଅନୁସାରେ-ଆଜି ଭୋର ପ୍ରାୟ ୫ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଉପରେ ଏକ ଡ୍ରୋନ ଉଡ଼ୁଥିବା ଘଟଣା ସମ୍ପର୍କରେ SPG ଦିଲ୍ଲୀ ପୋଲିସ କୁ ସୂଚନା ଦେଇଥିଲା। ଏହାପରେ ତତ୍କ୍ଷଣାତ ଦିଲ୍ଲୀର ବହୁ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ପିଏମ୍ ଆବାସ ଚାରିପଟେ ବହୁ ସଂଖ୍ୟାରେ ସୁରକ୍ଷା ବଳ ଫୋର୍ସଙ୍କୁ ମୁତୟନ କରାଯାଇଛି।






More Stories
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..