Report Card Odisha

| Daily Odia News

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ‌ ହେବେ ଅଜିତ ପାୱାର୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏକନାଥ ସିନ୍ଦେଙ୍କ ପରିବର୍ତ୍ତେ ଖୁବ୍‌ ଶୀଘ୍ର ଅଜିତ ପାୱାର୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ| ଏନେଇ ଆଜି ‘ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ ଏବଂ ତାଙ୍କ ସହିତ ଥିବା ୧୬ ବିଦ୍ରୋହୀ ‘ଶିବସେନା’ ବିଧାୟକମାନଙ୍କୁ ବି ଅଯୋଗ୍ୟ ଘୋଷଣା କରାଯିବ। ସମ୍ବାଦ ସରବରାହ ସଂସ୍ଥାନ କୁ ସଞ୍ଜୟ ରାଉତ କହିଛନ୍ତି, ଆଜି ମୁଁ କ୍ୟାମେରା ଆଗରେ କହୁଛି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବଦଳିଯିବେ। ଏକନାଥ ସିନ୍ଦେଙ୍କୁ ହଟାଇ ଦିଆଯିବ। ଏକନାଥ ସିନ୍ଦେ ଓ ୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେବେ | ‘ଶିବସେନା’, ‘ଏନ୍‌ସିପି’ ଓ ‘କଂ‌ଗ୍ରେସ’କୁ ‘ବିଜେପି’ ଭାଙ୍ଗୁଛି କିନ୍ତି, ଏଥିରୁ ସେମାନେ ଆଦୌ ଲାଭ ପାଇବେ ନାହିଁ। ମହାରାଷ୍ଟ୍ରରେ ଆମେ ଏକତ୍ର ହୋଇ ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବୁ। ‘ଏନ୍‌ସିପି’ ନେତାମାନେ ଦୁର୍ନୀତିରେ ଲିପ୍ତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା ବେଳେ ଆଜି ସେହି ନେତାମାନେ ରାଜଭବନରେ ଶପଥ ଗ୍ରହଣ କରିବା ବଡ଼ କ୍ଷୋଭର କଥା ବୋଲି ରାଉତ କହିଛନ୍ତି। ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ‘ଟିମ୍‌ ଉଦ୍ଧବ’ କହିଛି ଯେ, ୨୪ ବର୍ଷ ପୂର୍ବେ ଦଳ ସଂସ୍ଥାପନା କରିଥିବା ଦାଦାଙ୍କୁ ଆଘାତ ଦେଇ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାର ‘ଏନ୍‌ସିପି’ରୁ ପୃଥକ୍‌ ହୋଇଗଲେ। ‘ସିନ୍ଦେ-ବିଜେପି’ ସରକାରେ ୮ଜଣ ‘ଏନ୍‌ସିପି’ ନେତା ବି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ, ଏଭଳି ରାଜନୀତିକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ। ରାଜ୍ୟରେ ଏଭଳି ରାଜନୈତିକ ପରମ୍ପରା ନ ଥିଲା। ତେଣୁ ଜନତା ଏହାକୁ ସମର୍ଥନ କରିବ ନାହିଁ।

 

Breaking News