Report Card Odisha

| Daily Odia News

କ୍ୟାପିଟାଲ ହସ୍ପିଟାଲେ ଆଉ ୬ ଡେଙ୍ଗୁ ରୋଗୀ ଚିହ୍ନଟ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ବର୍ଷାଋତୁ ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢି ପାରେ ବୋଲି ଆଶଙ୍କା କରାଯାଇଛି ।ରବିବାର ୪୯ଟି ସଂକ୍ରମିତଙ୍କ ନମୁନା ପରୀକ୍ଷା କରି ସେଥିରୁ ୬ଜଣ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ସନ୍ଦେହରେ ରବିବାର ଦ୍ୱିଗୁଣ ରୋଗୀ ହସ୍ପିଟାଲକୁ ପରୀକ୍ଷା ପାଇଁ ଆସିଥିଲେ । ଏନେଇ ଡ଼ାକ୍ତର କହିଛନ୍ତି ଯେ ମଶା ବଂଶ ନଷ୍ଟ କରିବା ପାଇଁ ସମସ୍ତ ତତ୍ପରତା ଦେଖାଇବା ଉଚିତ । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସଫେଇ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଅଧିକାଂଶ ସ୍ଥାନରେ ଭୁବନେଶ୍ୱର ବିଏମସି ପକ୍ଷରୁ ଚାରିଆଡେ ସଫା ସୁତୁରା କାର୍ଯ୍ୟ ଆରମ୍ଭ କରାଯାଇଛି ।

Breaking News