ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁତୁରା ଅଜିତ ପାୱାରଙ୍କ ବିଦ୍ରୋହ ପରେ ଏନ୍ସିପି ସୁପ୍ରିମୋ ଶରଦ ପାୱାର ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି। ଗୁରୁ ପୂର୍ଣ୍ଣିମା ଅବସରରେ ଶରଦ ପାୱାର ଆଜି ତାଙ୍କ ଗୁରୁ ତଥା ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ ଯଶୱନ୍ତରାଓ ଚହ୍ବାନଙ୍କୁ ସତରା ଜିଲ୍ଲାର ସ୍ମାରକସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମୟରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ପୁତୁରାଙ୍କ ଏପରି ଆଭିମୁଖ୍ୟ ଯୋଗୁ ମର୍ମାହତ ହୋଇଥିବା ଶରଦ ପାୱାର ସଂପ୍ରଦାୟିକ ଫୋର୍ସ ବିରୋଧରେ ନିଜର ଲଢ଼େଇ ଜାରି ରଖିବେ ଓ ପୁଣି ଏନସିପିକୁ ପୁର୍ନଗଠନ କରିବେ ବୋଲି କହିଛନ୍ତି। ସମର୍ଥକମାନଙ୍କୁ ଅତ୍ୟନ୍ତ ଭାବପ୍ରବଣ ଉଦ୍ବୋଧନ ଦେଇ ପାୱାର କହିଛନ୍ତି, ବିଜେପି ସମସ୍ତ ବିରୋଧୀ ଦଳକୁ ନଷ୍ଟ କରିଦେବାକୁ ଚେଷ୍ଟା କରିଛି। ସେ ଏନ୍ସିପିକୁ ପୁଣିଥରେ ଶକ୍ତ କରି ଗଢ଼ିବେ ବୋଲି ପ୍ରତିଜ୍ଞା କରିଛନ୍ତି। ପାୱାର କହିଛନ୍ତି, ଆଜି ମହାରାଷ୍ଟ୍ର ଏବଂ ସମଗ୍ର ଦେଶରେ କିଛି ଗୋଷ୍ଠୀ ଦ୍ବାରା ଜାତି ଓ ଧର୍ମକୁ ନେଇ ସମାଜରେ ବିଭେଦ ସୃଷ୍ଟି କରାଯାଉଛି। କିନ୍ତୁ ବିଦ୍ରୋହ ପୁଣିଥରେ ଫେରିବ। ଯେଉଁମାନେ ଏନ୍ସିପିକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ଆମେ ସେମାନଙ୍କୁ ସେମାନଙ୍କ ଅସଲ ଜାଗା ଦେଖାଇଦେବୁ।






More Stories
ମମତା ଙ୍କ ଘରେ ସିଆଇଡ଼ି ଚଢ଼ାଉ…..
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..