Report Card Odisha

| Daily Odia News

ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୟ ମା ଭବାନି ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ଜୀବନ ଜ୍ୟୋତି ଆଶ୍ରମ ଖଣ୍ଡଗିରି ଠାରେ ରହୁଥିବା ଛୋଟ ପିଲା ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ହୋଇଥିଲା | ପିଲା ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା | ଏ ଏସ ଜୀ ହସ୍ପିଟାଲ ପକ୍ଷରୁ ପିଲାମାନଙ୍କର ଆଖି ପରୀକ୍ଷା କରାଯାଇଥିଲା | କାର୍ଯ୍ୟକ୍ରମରେ ଡ଼ .ରବିନ କର,ଡ଼ ନାରାୟଣ ମହାପାତ୍ର ,ଜାଗା ମିଶନର ଉପଦେଷ୍ଟା ଶ୍ରୀମତୀ ସାସ୍ୱତୀ ମିଶ୍ର, ଅଚ୍ୟୁତ ପ୍ରସାଦ ବେହରା, ଶ୍ରୀ ନିବାସ ରାଓ, ମନୋଜ କୁମାର ରାଉଳ, ରଞ୍ଜନ କୁମାର ସାମଲ, ରାହୁଲ ପଲେଇ, ବିରଞ୍ଚି ରାଉତ, ସୋନୁ ସାହୁ ଓ ଟ୍ରଷ୍ଟର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |

Breaking News