Report Card Odisha

| Daily Odia News

ତେଜସ୍ୱୀ , ଲାଲୁଙ୍କ ନାଁରେ CBIର ଚାର୍ଜସିଟ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଲାଲୁ, ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ଜମି ବଦଳରେ ରେଲୱେରେ ଚାକିରି ମାମଲାରେ ସିବିଆଇର ଚାର୍ଜସିଟ୍ ଦାଖଲକରିଛି । ତେଜସ୍ୱୀ ଯାଦବ ଏବେ ବିହାରର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଯାହାକୁ ନେଇ ଏଠାରେ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀର ରାଉଜ୍‌ ଏଭନ୍ୟୁ କୋର୍ଟରେ ସିବିଆଇ ଏହି ୩ ଜଣଙ୍କ ନାମରେ ସାର୍ଜସିଟ୍ ଦାଖଲ କରିଛି। ତେବେ ଏହା ଉପରେ କୋର୍ଟରେ କୌଣସି ଶୁଣାଣି ହୋଇନି। ମାତ୍ର ଏହି ମାମଲା ଆସନ୍ତା ୧୨ ତାରିଖରେ ଶୁଣାଣି ହେବାକୁ ସମୟ ଧାର୍ଯ୍ୟ ହୋଇଛି।

Breaking News