ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି | ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆରେ ଲେଖିବା ନିମନ୍ତେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ନାମ ଫଳକ ଲେଖିବା ଆବଶ୍ୟକତା ସଂପର୍କରେ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଛନ୍ତି । ଏ ସଂକ୍ରାନ୍ତୀୟ ଆଇନର କଡ଼ାକଡ଼ି ଅନୁପାଳନ ନିମନ୍ତେ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ୫୩ ହଜାର ୫୩୪ଟି ପଞ୍ଜୀକୃତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ୪୮ ହଜାର ୫୪୭ଟି ପ୍ରତିଷ୍ଠାନରେ ନାମଫଳକ ଲେଖାଯାଇଥିବା ବେଳେ ୨୭ଟି ଖିଲାପକାରୀ ପ୍ରତିଷ୍ଠାନ ବିରୁଦ୍ଧରେ ଜରିମାନା ଆଦାୟ ସହ ମକଦ୍ଦମା କରାଯାଇଛି ବୋଲି ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।






More Stories
ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….
ଆଜି ସୂର୍ଯ୍ୟୋପରାଗ…..
୮ରେ ସୁଭଦ୍ରା କିସ୍ତି…..