ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରାଜେଡି ମାମଲାରେ ୩ ଅଭିଯୁକ୍ତଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡ ନେବା ପାଇଁ ଅନୁମତି ଦେଲେ କୋର୍ଟ। ସିବିଆଇ ରିମାଣ୍ଡ ଆବେଦନର ଶୁଣାଣି କରି ଆଜି ରାତି ପ୍ରାୟ ସାଢ଼େ ୧୦ଟାରେ ଏହି ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ବାହାନଗା ବଜାର ଷ୍ଟେସନ୍ରେ ଘଟିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଯାଇଥିଲା ୨୯୩ ଜଣ ଯାତ୍ରୀଙ୍କ ଜୀବନ। ଏହି ମାମଲାରେ ସିବିଆଇ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ତିନି ଅଭିଯୁକ୍ତ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ;ଓଡ଼ିଶାକୁ ଆଲର୍ଟ…..
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..