ରିପୋର୍ଟ କାର୍ଡ / ଭୁବନେଶ୍ବର
ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜାନଜାତିର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ| ଏନେଇ ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିହ୍ନଟ ହୋଇଥିବା ଆଉ ୧୧୩୮ ଆଦିମ ଜନଜାତି ଗାଁକୁ ଏହି ଯୋଜନା ସଂପ୍ରସାରଣ କରିବାକୁ ଦାବି କରାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷରୁ ଆସନ୍ତା ୭ ବର୍ଷ ପାଇଁ ଏହିସବୁ ଗାଁରେ ଆଦିମ ଜନଜାତି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଦାବି କରିଛନ୍ତି। ଆଦିବସୀଙ୍କ କଳା, ସଂସ୍କୃତିର ସୁରକ୍ଷା ଓ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ୨୩ଟି ଜିଲ୍ଲାର ୧୭୨ ବ୍ଲକକୁ ସଂପ୍ରସାରିତ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଛାତ୍ରାବାସ ଜରିଆରେ ଶିକ୍ଷାଦାନରେ ଓଡ଼ିଶା ସାରା ଦେଶରେ ଏକ ଅଗ୍ରଣୀ ରାଜ୍ୟ। ବାର୍ଷିକ ପ୍ରାୟ ୬ ଲକ୍ଷ ଆଦିବାସୀ ଛାତ୍ରଛତ୍ରୀ ଏହି ସୁବିଧା ପାଉଛନ୍ତି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..