ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ଭାବେ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତଥାପି ଏହି ମାମଲାରେ କେନ୍ଦ୍ରକୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସଞ୍ଜୟ କୁମାର ମିଶ୍ରା ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆଗକୁ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ(FATF) ଦ୍ୱାରା ସମୀକ୍ଷା ବୈଠକ ଥିବାରୁ ସେ ଜୁଲାଇ ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି କୋର୍ଟ କହିଛନ୍ତି। ତେବେ ତା’ପରେ କେନ୍ଦ୍ର ସରକାର ନିଶ୍ଚିତ ଭାବେ ଜଣେ ନୂଆ ମୁଖ୍ୟ ନିଯୁକ୍ତ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ- ୨୦୨୦ ନଭେମ୍ବରରେ ସରକାର ତାଙ୍କ କାର୍ଯ୍ୟକାଳକୁ ବଢ଼ାଇ ଦେଇଥିଲେ। ତା’ପରେ ତାଙ୍କ କାର୍ଯ୍ୟକାଳକୁ ଆହୁରି ଦୁଇ ଥର ବଢ଼ାଯାଇଛି।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……