ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ସୁକୁମାର ରୂପସମ୍ପନ୍ନ ହେବେ। କୀର୍ତ୍ତିମାନ୍ ହେବେ। ଚକ୍ଷୁଯୁଗଳ ଅତ୍ୟନ୍ତ ଲୋଭନୀୟ ହେବ। ପରିବାରର ଗୁରୁଜନ ଉପରୋକ୍ତ ବଂଶଜର ସମୃଦ୍ଧିରେ ସନ୍ତୋଷ ଲାଭ କରିବେ।
ବୃଷ : ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସାହସୀ ହେବେ। କୁଶଳୀ ହୋଇପାରନ୍ତି। ବାଞ୍ଛିତ କାର୍ଯ୍ୟକରି ମନସ୍କାମନା ପୂରଣ କରିପାରନ୍ତି। ବ୍ୟୟ ଅଧିକ ହୋଇପାରେ।
ମିଥୁନ : ଶତ୍ରୁ ଉପରେ ବିଜୟ ହାସଲ କରିବେ। ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ସାମାଜିକ ସ୍ତରରେ ସମ୍ମାନନୀୟ ହେବେ। ଶ୍ରେଷ୍ଠ ଆସନରେ ଗାଦିନସୀନ ହୋଇପାରନ୍ତି।
କର୍କଟ : ଧୈର୍ଯ୍ୟଶୀଳ ବ୍ୟକ୍ତି ବିଶେଷଭାବେ ନିଜର ପରିଚୟ ସୃଷ୍ଟି କରିବେ। ବିବେକାନୁମୋଦିତ ସତ୍ପଥଗାମୀ ହୋଇ ବହୁ ସୁଖର ଅଧିକାରୀ ହେବେ। ମାନବବାଦୀ ହେବେ। ସମସ୍ତ କଳ୍ମଷ ଦୂର ହେବ।
ସିଂହ : ବାକ୍ପଟୁ ହୋଇପାରନ୍ତି। ନିଜେ ଭୋଗୁଥିବା ଆନନ୍ଦ ଉଲ୍ଲାସରେ ସମସ୍ତଙ୍କୁ ସାମିଲ କରିପାରନ୍ତି। ଶୌର୍ଯ୍ୟୟତ ହେବେ। ଉପକାରୀଠାରେ କୃତଜ୍ଞତା ଜ୍ଞାପନ କରିବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ।
କନ୍ୟା : ଆପଣଙ୍କ ଜୀବନକୁ ଧସେଇ ପଶିଥିବା କୁମିତ୍ରମାନଙ୍କୁ ବର୍ଜନ କରି ଆଶ୍ବସ୍ତ ହେବେ। ଅନଟନର ସମ୍ମୁଖୀନ ହେବା ପୂର୍ବରୁ ନିଜ ଆର୍ଥିକ ସ୍ଥିତିର ସମୀକ୍ଷା କରିବାକୁ ପଡ଼ିବ। ପରୋପକାରୀ ହେବେ।
ତୁଳା : ବହୁ ଶାସ୍ତ୍ର ଅଧ୍ୟୟନ କରି ତା’ର ନିର୍ଯ୍ୟାସ ଲୋକଲୋଚନରେ ଉପସ୍ଥାପନ କରିପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ମନୋଜ୍ଞ ହୋଇପାରନ୍ତି। ସ୍ବକର୍ମ ପାଇଁ ପୂଜ୍ୟ ପୂଜାର ବ୍ୟକ୍ତିବିଶେଷ ହେବେ।
ବିଛା : ଧର୍ମବଳରେ ବଳୀୟାନ ହୋଇ ଶତ୍ରୁ ନିପାତ କରିପାରନ୍ତି। ନିଜ ପ୍ରିୟ ଲୋକମାନଙ୍କ ସ୍ନେହ ସହାନୁଭୂତିର ପାତ୍ର ହେବେ। ଋଣର ବୋଝ ମୁଣ୍ଡ ଉପରୁ କାଢ଼ି ନିଶଙ୍କ ହୋଇପାରନ୍ତି।
ଧନୁ : ସମାଜିକ ସ୍ତରରେ ପ୍ରଭୁତ୍ବ ବିସ୍ତାର କରିପାରନ୍ତି। ନିସର୍ଗ ସୁଖର ଅଧିକାରୀ ହେବେ। ଶାସ୍ତ୍ର ବିଚକ୍ଷଣ ହେବେ। ପାରିବାରିକ ଜୀବନ ସ୍ନେହ୍ନପୂର୍ଣ୍ଣ ହେବ। ସତ୍ୟନିଷ୍ଠ ଓ କର୍ମବୀରଭାବେ ସମ୍ମାନିତ ହେବେ।
ମକର : ଜଣେ ସୁବକ୍ତାଭାବେ ଖ୍ୟାତି ଅର୍ଜନ କରିପାରନ୍ତି। ଶ୍ରେଷ୍ଠ ପଦପଦବୀଯୁକ୍ତ ହୋଇପାରନ୍ତି। କୃପାନିଧାନଙ୍କ କୃପାପାତ୍ର ହେବେ। ଦେବ, ଗୁରୁଜନଙ୍କ ଆଶୀର୍ବାଦ ଲାଭ କରିବେ। କର୍ମଚଞ୍ଚଳ ରହିବେ।
କୁମ୍ଭ : ବିଳାସବ୍ୟସନଠାରୁ ଦୂରରେ ରହିବେ। କୂଟନୀତି ବିଶାରଦ ହୋଇପାରନ୍ତି। ଧୈର୍ଯ୍ୟ ଓ ସାହସର ସହିତ ଅନ୍ୟାୟ, ଅନୀତିର ମୂଳ ଉତ୍ପାଟନ ପାଇଁ ପ୍ରୟାସୀ ହୋଇପାରନ୍ତି। ସତ୍ସଙ୍ଗୀ ହେବେ।
ମୀନ : ଜନସାଧାରଣଙ୍କ ପୂଜ୍ୟ ହୋଇପାରନ୍ତି। ତେଜୀୟାନ୍ ହେବେ। ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଜନବଲ୍ଲଭଭାବେ ସାମାଜିକ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ଅସାଧ୍ୟ ସାଧନ ପାଇଁ ଚେଷ୍ଠା କରିବେ।






More Stories
ପ୍ରଶଂସା ମିଳିବ…..
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..