ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଥମ ଭାରତୀୟ କଂପାନି ଭାବେ ଟାଟା ଗ୍ରୁପ୍ ଆଇଫୋନ୍ ତିଆରି କରିବ। ଆପଲ୍ ପାଇଁ ଆଇଫୋନ୍ ନିର୍ମାଣ କରୁଥିବା ସଂସ୍ଥା ୱିଷ୍ଟ୍ରନ୍ର କାରଖାନାକୁ ଟାଟା କିଣିବାକୁ ଯାଉଛି। ଏନେଇ କଥାବାର୍ତ୍ତା ଜାରି ରହିଛି। କର୍ଣ୍ଣାଟକରେ ଥିବା ୱିଷ୍ଟ୍ରନ୍ର କାରଖାନାକୁ ୬୦ କୋଟି ଡଲାରରେ ଅଗଷ୍ଟ ସୁଦ୍ଧା ଟାଟା ଅଧିଗ୍ରହଣ କରିବ। ଭାରତରେ ଫକ୍ସକନ୍, ପେଗାଟ୍ରନ୍ ଓ ୱିଷ୍ଟ୍ରନ ଭଳି ତିନି ଯୋଗାଣକାରୀଙ୍କ ଜରିଆରେ ଆପଲ୍ ଏହାର ଆଇଫୋନ୍ ତିଆରି କରୁଛି। ଆଇଫୋନ୍ ନିର୍ମାଣରୁ ୱିଷ୍ଟ୍ରନ୍ ଓହରିବାକୁ ଚାହୁଛି। ସେଥିପାଇଁ କର୍ଣ୍ଣାଟକ କାରଖାନାକୁ ବିକ୍ରି କରିବା ଲାଗି ଟାଟା ସହ କଥାବାର୍ତ୍ତା ଜାରି ରଖିଛି।






More Stories
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..