ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଙ୍ଗାଲୁରୁରେ ଏକ କମ୍ପାନୀର ସିଇଓ ଏବଂ ଏମଡିଙ୍କୁ ହତ୍ୟା ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ୩ ଜଣ ହେଲେ ସାବାରିସ, ବିନୟ ରେଡ୍ଡି ଏବଂ ସନ୍ତୋଷ। ସୂଚନା ଅନୁସାରେ, ୩ ଜଣ ଅଭିଯୁକ୍ତ ଗତକାଲି ଖଣ୍ଡା ଏବଂ ଛୁରୀ ଧରି କମ୍ପାନୀ ଭିତରେ ପଶିଥିଲେ। ସେମାନେ କମ୍ପାନୀର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ବିନୁ କୁମାର ଏବଂ ଏମଡି(ପରିଚାଳନା ନିର୍ଦେଶକ) ଫନିନ୍ଦ୍ର ସୁବ୍ରମନ୍ୟମଙ୍କୁ ବାରମ୍ବାର ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଅଭିଯୁକ୍ତମାନେ ପୂର୍ବରୁ ଏହି କମ୍ପାନୀରେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ସେମାନେ ଇସ୍ତଫା ଦେଇ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ବ୍ୟକ୍ତିଗତ ଶତ୍ରୁତା କାରଣରୁ ସେମାନେ ଏହି ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ସୂଚନାରୁ ଜଣାପଡ଼ିଛି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..