ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରିଷ୍ଠ କିରାଣିଙ୍କୁ ଲାଞ୍ଚ ନେବା ମାହାଙ୍ଗା ପଡିଛି | ବୌଦ୍ଧ ଜିଲ୍ଲା ହରଭଙ୍ଗା ବିଇଓ କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କିରାଣି ଚତୁର୍ଭୁଜ ଖମାରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଫୁଲବାଣୀ ଭିଜିଲାନ୍ସ କୋର୍ଟ। ଏହା ସହିତ ତାଙ୍କୁ ୫୦୦୦ ଟଙ୍କା ଜୋରିମାନା ଦେବାକୁ କୁହାଯାଇଛି। ଜୋରିମାନା ଅର୍ଥ ନ ଦେଲେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଆଉ ୩ ମାସ ଜେଲ୍ରେ ରଖାଯିବ। ୨୦୧୯ରେ ଜଣେ ବ୍ୟକ୍ତିଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଚତୁର୍ଭୁଜ ଖମାରୀ। ପେନସନ କାମକୁ ନେଇ ସେ ଏହି ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ। ଚତୁର୍ଭୁଜ ଖମାରୀ ଆଜି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍ସନ୍ ବନ୍ଦ କରିବା ପାଇଁ ଉଦ୍ଦିଷ୍ଟ ଅଧିକାରୀଙ୍କ ନିକଟରେ ଅପିଲ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..