ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁର ପ୍ରସଙ୍ଗ ନେଇ କେନ୍ଦ୍ର ସରକାରଙ୍କ ଉପର ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ ୨ ମାସରୁ ଊର୍ଦ୍ଧ୍ୱ ଦିନ ହେଲାଣି ମଣିପୁର ଜଳୁଥିବା ବେଳେ ଏଯାଏଁ ଭାଜପା କିନ୍ତୁ ନିଜ ସାଂସଦଙ୍କୁ ସ୍ଥିତି ପରଖିବାକୁ ସେଠାକୁ ପଠାଉ ନାହିଁ। ତେଣୁ ହିଂସାର ନିଆଁରେ ଜଳୁଥିବା ମଣିପୁରବାସୀଙ୍କୁ ଭାଜପା ଡରୁଛି କି ବୋଲି ସେ ପଚାରିଛନ୍ତି। ରାଜ୍ୟବାସୀଙ୍କ ଆକ୍ରୋଶର ସାମାନ କରିବାକୁ ସାହସ ନ ଥିବାରୁ ଭାଜପା ସେଠାକୁ ନିଜ ସାଂସଦଙ୍କୁ ପଠାଉ ନ ଥିବା ସେ କହିଛନ୍ତି। ଏଥିସହ ସେ କହିଛନ୍ତି, ମଣିପୁରରେ ଭାଜପା କେବଳ ୬ ମାସ ପାଇଁ ଅଛି। ଏହି ସମୟ ମଧ୍ୟରେ ଦଳ ରାଜ୍ୟ କଥା କ’ଣ ବୁଝିବ, କେବଳ ଟଙ୍କା ରୋଜଗାର କରିବାର ବାଟ ଖୋଜୁଛି। ଭାଜପାକୁ ଟାର୍ଗେଟ କରି ମମତା କହିଛନ୍ତି, ଆପଣ ମଣିପୁରକୁ କାହିଁକି ଏତେ ଡରୁଛନ୍ତି। ମଣିପୁର ଘଟଣା ପାଇଁ କିଏ ଦାୟୀ ତାହାର ଉତ୍ତର କିଏ ଦେବ । ଏଥିସହ ସ୍ଥିତି ପରଖିବାକୁ ନିଜ ସାଂସଦଙ୍କୁ କାହିଁକି ପଠାଉ ନାହାନ୍ତି। କିନ୍ତୁ ‘INDIA’ ର ପ୍ରତିନିଧି ଦଳ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ପରଖିବେ ବୋଲି କହିଛନ୍ତି ମମତା। ମୁଁ ମଣିପୁର ଯିବାକୁ ଅନୁମତି ମାଗିଥିବା ବେଳେ ମୋତେ ଜାଣିଶୁଣି ଅନୁମତି ଦିଆଗଲା ନାହିଁ । ମଣିପୁର, ନାଗାଲାଣ୍ଡ ଜଳୁଥିବା ବେଳେ କଶ୍ଜୀର ମାଟିରେ ମିଶିଗଲାଣି। ହେଲେ ଆପଣ ଏଠାରେ କେବଳ ଟଙ୍କା ଗଣିବାରେ ବ୍ୟସ୍ତ ବୋଲି ସେ କହିଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..