ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ଖୋଲିପାରେ ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍ ବିଲଡିଂ। ଆଜି ପୁଣି ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ। ସ୍ଥାୟୀ ବ୍ୟବସାୟୀ ଓ ଉଠା ଦେକାନୀଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ଦୀର୍ଘ ୧୬ ଦିନ ହେବ ବନ୍ଦ ରହିଛି ରାଜଧାନୀର ଏହି ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ। ତେବେ ଆଜି ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି। ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି। ନଚେତ୍ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତମାର୍କେଟ ବିଲ୍ଡିଂ ଖୋଲିବ ନାହିଁ ବୋଲି ଏହି ସ୍ଥାୟୀ ବ୍ୟବସାୟୀଙ୍କ ସଂଘ ଚେତାବନୀ ଦେଇଛି।






More Stories
ଡାକ୍ତର ଆନ୍ଦୋଳନ ସ୍ଥଗିତ…..
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……