ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହିନ୍ଦୀ ସିନେମାର ପ୍ରସିଦ୍ଧ ନିର୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇ ‘କରଜାତର ଏନଡି ଷ୍ଟୁଡିଓ’ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ, ଏନଡି ଷ୍ଟୁଡିଓ କର୍ମଚାରୀମାନେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ପୋଲିସ କୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ଅନେକ ବଡ ଇଭେଣ୍ଟ ପାଇଁ ଗ୍ରାଣ୍ଡ୍ ସେଟ୍ ତିଆରି କରିବା ପାଇଁ ସେ ଜଣେ କଳା ନିର୍ଦେଶକ ଭାବରେ ସୁନାମ ଅର୍ଜନ କରିଥିଲେ। ୨୦୦୫ ମସିହାରେ ସେ ଏନ୍ଡ଼ି ଷ୍ଟୁଡ଼ିଓ ପ୍ରତିଷ୍ଠା କରିଥିଲେ। ୧୯୮୭ ମସିହାରୁ ସେ ଚଳଚ୍ଚିତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ। ‘୧୯୪୨ ସେ ‘ହମ ଦିଲ ଦେ ଚୁକେ ସନମ’, ‘ଦେବଦାସ’, ‘ଲଗାନ’, ‘ଯୋଦ୍ଧା ଆକବର’, ‘ପ୍ରେମ ରତନ ଧନ ପାୟୋ’ ଭଳି ସିନେମାର କଳା ନିର୍ଦେଶନା କରିଥିଲେ। ମରାଠୀ ଫିଲ୍ମ ‘ହେଲୋ ଜୟ ହିନ୍ଦ’ରେ ବି ନିର୍ଦେଶନା ଦେଇଛନ୍ତି। ଶ୍ରେଷ୍ଠ କଳା ନିର୍ଦେଶନା ପାଇଁ ଅନେକ ଜାତୀୟ ପୁରସ୍କାର ପାଇଛନ୍ତି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..