ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରର ସ୍ଥିତି । ଦିନକୁ ଦିନ ମଣିପୁରରେ ହିଂସା ବଢ଼ିବାରେ ଲାଗିଛି। କେନ୍ଦ୍ର ଓ ରାଜ୍ୟ ସରକାର ଶାନ୍ତି ଫେରାଇ ଆଣିବାରେ ଏଯାଏ ସଫଳ ହୋଇ ନଥିବାରୁ ଆଜି ଦେଶର ସର୍ବୋଚ୍ଚ ଅଦାଲତ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାରଙ୍କୁ ତୀବ୍ର ସମାଲୋଚନା କରି ମଣିପୁରରେ ୨ ମାସ ହେଲାଣି ସାମ୍ବିଧାନିକ ବିଧିବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମଣିପୁରରେ ଦୁଇ ମହିଳାଙ୍କୁ ବିଚ୍ ରାସ୍ତାରେ ନିର୍ବସ୍ତ୍ର କରି ଚଲାଇବା ଓ ଏହାର ଭିଡିଓ ଭାଇରାଲ କରିବା ଘଟଣାର ତଦନ୍ତକୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମନ୍ଥର ଓ ଅଳସୁଆର ପ୍ରକୃତିର ବୋଲି କହିଛନ୍ତି। ଘଟଣାକୁ ନେଇ ଏଫଆଇଆର ଓ ବୟାନ ରେକର୍ଡରେ ଅହେତୁକ ବିଳମ୍ବ ହୋଇଥିବା ମଧ୍ୟ ସେ ମତ ରଖିଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ଓ ଏହି ସମୟରେ ମଣିପୁର ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….