Report Card Odisha

| Daily Odia News

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା କୁ ନେଇ ରାଜ୍ୟ ମହିଳା କମିଶନଙ୍କ ଉଦବେଗ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୋଲିସ କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ଶେଷ କରିଛି ପୋଲିସ । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ୩୦୬ ଖୁବଶୀଘ୍ର ଲାଗିପାରେ ବୋଲି ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ ତଦନ୍ତ ଚାଲିଛି। ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି। ହୋଟେଲ ଦୀପାଳିରେ ଘଟିଥିବା ଶୁଭଲକ୍ଷ୍ମୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ରହସ୍ୟ ହଟାଇବା ଭିତରେ ବିସ୍ଫୋରକ ତଥ୍ୟ ପଦାକୁ ଆସିଛି। ଲକ୍ଷ୍ମୀସାଗର ଥାନା ଅନୀଲ ନାମକ ଜଣେ ଫଟୋଗ୍ରାଫରଙ୍କୁ ଜେରା କରିବାବେଳେ ଏଭଳି ତଥ୍ୟ ପୋଲିସ ପାଇଛି। ସେ କହିଥିଲେ ଯେ, ଅଙ୍କଲ ଓରଫ୍ ଲିଟୁ ନାମକ ଜଣେ ଯୁବକ ଭୁବନେଶ୍ବରରେ ଏହି ରାକେଟ୍‌ର ମୁଖ୍ୟ କାର୍ପୋଟଦାର। ଏଥିରେ କିଛି ବାର ମାଲିକ ଓ ମ୍ୟାନେଜର ମଧ୍ୟ ସାମିଲ ଅଛନ୍ତି, ସେମାନେ ବାର୍‌କୁ ଝିଅ ଯୋଗାଇବାକୁ ଲିଟୁ ସହ ହାତ ମିଳାଇଛନ୍ତି। ଗ୍ରାହକମାନେ ବାରଗାର୍ଲଙ୍କ ଉପରେ ଯେଉଁ ଟଙ୍କା ଉଡ଼ାନ୍ତି, ତାହା ବାରଗାର୍ଲଙ୍କୁ ମିଳେନି। ତାହା ବାର୍‌ ମାଲିକ ଓ ଦଲାଲଙ୍କ ଭିତରେ ବାଣ୍ଟ ହୁଏ। ଶୁଭଲକ୍ଷ୍ମୀ ଏହିଭଳି କିଛି ଦଲାଲଙ୍କ ଜାଲରେ ଫସିଯାଇଥିଲେ ବୋଲି ତାଙ୍କୁ ଜଣାଇଥିଲେ। ଲିଟୁ ହିଁ ଶୁଭଲକ୍ଷ୍ମୀଙ୍କୁ ବାର୍‌ରେ ନିୟୋଜିତ କରିଥିଲେ। ଶୁଭଲକ୍ଷ୍ମୀଙ୍କ ସମସ୍ୟା ବିଷୟରେ ଜାଣିବା ପରେ, ବାର୍‌ରେ କାମ ନକରି ମଡେଲିଂ ବା ଅନ୍ୟକିଛି କରି ରୋଜଗାର କରିବା ପାଇଁ ଅନୀଲ ତାଙ୍କୁ ପରାମର୍ଶ ଦେଇଥିଲେ। ଶୁଭଲକ୍ଷ୍ମୀ ବାରଗାର୍ଲ କାମ ଛାଡ଼ି ଅନ୍ୟକିଛି ଯୋଜନା କରୁଥିବା ଜାଣିବା ପରେ ଦଲାଲ୍‌ମାନେ ତାଙ୍କୁ ବ୍ଲାକମେଲ କରିଥିଲେ। ସେମାନଙ୍କ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୀଲ କହିଛନ୍ତି। ଏଭଳି ତଥ୍ୟ ପୋଲିସ କୁ ମିଳିବା ପରେ ଲିଟୁଙ୍କୁ ଡ଼ାକି ଜେରା କରିବାକୁ ଯୋଜନା କରିଛି।

Breaking News