ରିପୋର୍ଟ କାର୍ଡ / ଭୁବନେଶ୍ବର
ଇନ୍ଫୋସିଟି ଥାନା ନନ୍ଦନବିହାର ଅଞ୍ଚଳର ଏକ ୩ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ପହଂଚି ଘର ଭିତରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସୂଚନା ଅନୁସାରେ, ସର୍ଟ ସର୍କିଟ ଯୋଗୁଁ ଆଜି ସକାଳ ସମୟରେ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ନିଆଁକୁ ଆୟତ କରିବା ପାଇଁ ଚନ୍ଦ୍ରଶେଖରପୁରର ୩ଟି ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଥିଲା ।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……