ରିପୋର୍ଟ କାର୍ଡ / ଭୁବନେଶ୍ୱର
ନ୍ୟାୟ ପାଇବା ପାଇଁ ଲଢେଇ କରୁଥିବା ଏକ ପରିବାର ଆଜି ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୁଅର ହତ୍ୟାକାରୀକୁ ପୋଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୨୦୨୨ ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଏକ ଯୁବକ ଦୈତ୍ୟରାଜ୍ ନାୟକଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ପୋଲିସ କାହାକୁ ଗିରଫ କରୁନଥିବା ବେଳେ ବାରମ୍ବାର ପରିବାର ଲୋକଙ୍କ ଆନ୍ଦୋଳନ ପରେ ପୋଲିସ ଗତ ୧୫ ତାରିଖରେ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ବାହାରେ ବୁଲୁଥିବା ବେଳେ ପରିବାର ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଏପରିକି ଡ୍ରଗସ୍ କାରବାରରେ ହତ୍ୟା ଅଭିଯୁକ୍ତମାନେ ସଂପୃକ୍ତ ଥିବା ବେଳେ ପୋଲିସ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଯାହାକୁ ନେଇ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି କରିବାକୁ ପରିବାର ଲୋକ ଆସିଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡିଛି |






More Stories
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..