ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ଚନ୍ଦ୍ରଯାନ-୩ ମିଶନର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିସାରିଛି। ଏହାପରେ ଚନ୍ଦ୍ର ପୃଷ୍ଠରେ ଧୂଳିର ଏକ ବିରାଟ ମେଘ ବା ଆବରଣ ସୃଷ୍ଟି ହୋଇଥିଲା। ଚନ୍ଦ୍ରର ଅତ୍ୟନ୍ତ ଦୁର୍ବଳ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଚନ୍ଦ୍ରପୃଷ୍ଠରେ ସୃଷ୍ଟି ହୋଇଥିବା ଧୂଳି ଆବରଣ ଶୀଘ୍ର ଅପସାରିତ ହୁଏ ନାହିଁ। ଏହାକୁ ଦୃଷ୍ଟିରେ ରଖି ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ସାଢ଼େ ତିନି ଘଣ୍ଟା ପରେ ରୋଭର ପ୍ରଜ୍ଞାନକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଲ୍ୟାଣ୍ଡର ବିକ୍ରମ ଭିତରୁ ବାହାରି କରିଥିଲା। ଏହାପରେ ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଅଶୋକ ସ୍ତମ୍ଭ ଓ ଇସ୍ରୋର ଚିହ୍ନ ଛାଡ଼ିଛାଡ଼ି ଆଗକୁ ବଢ଼ିଛି। ପ୍ରଜ୍ଞାନର ଚକାରେ ଇସ୍ରୋ ଓ ଅଶୋକ ସ୍ତମ୍ଭର ଚିହ୍ନକୁ ଖୋଦିତ କରାଯାଇଛି। ଏହି କାରଣରୁ ପ୍ରଜ୍ଞାନ ଯେମିତି ଯେମିତି ଆଗକୁ ବଢ଼ୁଛି ଅଶୋକ ସ୍ତମ୍ଭ ଓ ଇସ୍ରୋର ଚିହ୍ନକୁ ଛାଡ଼ିଛାଡ଼ି ଯାଉଛି। ପ୍ରଜ୍ଞାନ ଏବେ ୧୪ଦିନ ପର୍ଯ୍ୟନ୍ତ ଜହ୍ନରେ ରହି ଅଧ୍ୟୟନ କରିବ ଓ ଡାଟା ସଂଗ୍ରହ କରି ଲ୍ୟାଣ୍ଡର ବିକ୍ରମକୁ ପଠାଇବ। ଏଠାରୁ ସମସ୍ତ ସୂଚନା ଭାରତରେ ବସିଥିବା ଇସ୍ରୋର ବୈଜ୍ଞାନିକଙ୍କୁ ପଠାଯିବ।






More Stories
ନେପାଳ ବନ୍ୟା:ଓଡ଼ିଆଙ୍କ ପାଇଁ ୨୪ ଘଂଟିଆ ହେଲ୍ପ ଡେସ୍କ…..
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……