ରିପୋର୍ଟ କାର୍ଡ / ଭୁବନେଶ୍ୱର
ସିକ୍ୟୁରିଟି ଗାର୍ଡକୁ ହାଣି ହତ୍ୟାକଲା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟିଆପଡ଼ା ଯୋଗୀଭୋଗୋରା ରେଲୱେ ବ୍ରିଜ ନିକଟରେ। ମୃତକ ରାଉତବାହାଲ ଗ୍ରାମର ରଞ୍ଜନ ପ୍ରଧାନ। ପୋଲିସ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡ ପ୍ରକାଶ ବେହେରାକୁ ଗିରଫ କରିଛି। ପ୍ରକାଶଙ୍କ ଘର ଖୁଣ୍ଟିଆପଡ଼ା ଗ୍ରାମରେ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ. ଯୋଗୀଭଗୋରା ଗ୍ରାମରେ ନିର୍ମାଣାଧୀନ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତ କରାଯାଇଥିଲା। ରାତିରେ ରଞ୍ଜନ ଦାୟିତ୍ୱରେ ରହୁଥିବା ବେଳେ ଦିନରେ ପ୍ରକାଶ ରହୁଥିଲେ। ଗତକାଲି ରାତିରେ ରଞ୍ଜନ ଦାୟିତ୍ୱ ଥିବା ବେଳେ ପ୍ରକାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। କୌଣସି କଥାକୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ପ୍ରକାଶ ଏକ ଟାଙ୍ଗିଆ ଆଣି ରଞ୍ଜନ ହାଣି ହତ୍ୟା କରିଥିଲେ। ଘଟଣାସ୍ଥଳରେ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା। ପରେ ପ୍ରକାଶ ଥାନାରେ ଯାଇ ଆତ୍ମସର୍ମପଣ କରିଥିଲେ। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ କରୁଥିବା ଜଣାପଡିଛି |






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….