ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳ ବଦଳ ହୋଇଛି । ରେଞ୍ଜ ବଦଳିରେ ବହୁ ଇନ୍ସପେକ୍ଟର କଳାହାଣ୍ଡି ଜିଲ୍ଲାରେ ଯୋଗ ଦେଇଛନ୍ତି । ଭବାନୀପାଟଣା ଟାଉନ୍ ଥାନାରେ ଯଶୋବନ୍ତ କୁମାର ହିଆଲ ଦାୟିତ୍ୱ ଦିଆଯାଇଥିବା ବେଳେ ଭବାନୀପାଟଣା ସଦର ଥାନାରେ ନରେଶ ପ୍ରଧାନଙ୍କୁ ପୋଷ୍ଟିଂ କରାଯାଇଛି । ଏହା ସହ କେଗାଁ ଥାନାରେ ମୁକୁନ୍ଦ ଦେବ ନାଏକ, ଥୁଆମୂଳରାମପୁର ଥାନାରେ କୈବଲ୍ୟ ସେଠ, ସାଇବର ଥାନାରେ ସ୍ନିଗ୍ଧାରାଣୀ ସୁନା, କେସିଙ୍ଗା ଥାନାରେ ପ୍ରଦ୍ୟୁମ୍ନ ମହାପାତ୍ର, ନର୍ଲା ଥାନାରେ ଗଙ୍ଗାଧର ମେହେର, ମଦନପୁର ରାମପୁର ଥାନାରେ ସୁଦର୍ଶନ ନାଏକ, ବିଶ୍ୱନାଥପୁର ଥାନାରେ ମମତା ହେମ୍ବ୍ରମ, ଲାଞ୍ଜିଗଡ଼ ଥାନାରେ ବିଜୟ ଲକ୍ଷ୍ମୀ ହିକକା, ବିଜେପୁର ଥାନାରେ ରଘୁନାଥ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଜୁନାଗଡ଼ ଥାନାରେ ଶେଷଦେବ ବେହେରା, ଧର୍ମଗଡ଼ ଥାନାରେ ଦାମୋଦର ବିହାରୀ, ଗୋଲାମୁଣ୍ଡା ଥାନାରେ ଶ୍ୱେତପଦ୍ମା ସେଠ, କୋକସରା ଥାନାରେ ରନିତାରାଣୀ ପ୍ରଧାନ, ଆମପାଣି ଥାନାରେ ଉଲ୍ଲାସଚନ୍ଦ୍ର ରାଉତ, ଜୟପାଟଣା ଥାନା ମମତା ପାଣିଗ୍ରାହୀ, କଲମପୁର ଥାନା ଜିତେନ୍ଦ୍ର ବିଶ୍ୱାଲ, କର୍ଲାପାଟ ଥାନାରେ ବିଜୟରାଜ ମାଝୀ, ଡିସିଆରବିରେ ନିଳାମ୍ବର ଜାନୀ ଯୋଗ ଦେଇଛନ୍ତି ।






More Stories
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..
ଆସୁଛି ପଛକୁ ପଛ ୨ ଘୂର୍ଣ୍ଣିବଳୟ…..