ରିପୋର୍ଟ କାର୍ଡ / ଭୁବନେଶ୍ୱର
ସଂଗଠନକୁ ସୁଦୃଢ଼ କରିବା ପାଇଁ ବିଜେଡି ପକ୍ଷରୁ ନିର୍ବାଚନମଣ୍ଡଳୀୱାରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ୧୧ତାରିଖରୁ ଆରମ୍ଭ ହେବ । ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ଦଳର ପର୍ଯ୍ୟବେକ୍ଷକମାନଙ୍କ ସହ ଏହି ପ୍ରଶିକ୍ଷଣ ଶିବିରକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଚାରବିମର୍ଶ କରିବା ପରେ ମଙ୍ଗଳବାର ଦଳ ପକ୍ଷରୁ ବିସ୍ତୃତ ଗାଇଡଲାଇନ୍ ଜାରି ହୋଇଛି । ଧାର୍ଯ୍ୟ ସମୟରେ ମାର୍ଚ୍ଚ-ଏପ୍ରିଲ ମାସରେ ସାଧାରଣ ନିର୍ବାଚନ ହେବାର ଥିବାରୁ ସଂଗଠନକୁ ସୁଦୃଢ଼ କରି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କୁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ଉପସଭାପତି ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆବାହକ ଦେବୀପ୍ରସାଦ ମିଶ୍ର ବିଜେଡିର ସବୁ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ଚିଠି ଲେଖି ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ସର୍ବାଧିକ ୨୦୦ଜଣଙ୍କୁ ମାଷ୍ଟର ଟ୍ରେନର ଭାବେ ଶଙ୍ଖ ଭବନରେ ପ୍ରଶିକ୍ଷଣ ଦେବା ସମ୍ପର୍କରେ ଅବଗତ କରାଇଛନ୍ତି । ଶ୍ରୀ ମିଶ୍ର ତାଙ୍କ ଚିଠିରେ ଉଳ୍ଲେଖ କରିଛନ୍ତି ଯେ, ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସେପ୍ଟେମ୍ବର ୪ତାରିଖ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ନବୀନଙ୍କ ପରାମର୍ଶରେ ଶଙ୍ଖ ଭବନରେ ଆସନ୍ତା ୧୧ ତାରିଖରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ସର୍ବାଧିକ ୨୦୦ଜଣ ମାଷ୍ଟର ଟ୍ରେନରଙ୍କୁ ଭୁବନେଶ୍ୱର ଅଣାଯାଇ ପ୍ରଶିକ୍ଷଣ ଦିଆଯିବ ।






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..