ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀର କୀର୍ତ୍ତି ନଗର ଫର୍ଣ୍ଣିଚର୍ ମାର୍କେଟ୍ କୁ ଯାଇ ସେଠାରେ ଥିବା ବଢ଼େଇମାନଙ୍କ ସହିତ କଥା ହୋଇଛନ୍ତି । କେମିତି ବଢ଼େଇମାନନେ ଆସବାବ୍ପତ୍ର ତିଆରି କରିବାକୁ ପ୍ରୟାସ କରୁଛନ୍ତି ରାହୁଲ ମଧ୍ୟ କରିଛନ୍ତି । ଏ ସଂକ୍ରାନ୍ତରେ କରିଥିବା ‘ଏକ୍ସ୍’ ପୋଷ୍ଟ୍ରେ ଗାନ୍ଧୀ ଲେଖିଛନ୍ତି, ଆଜି ମୁଁ ଦିଲ୍ଲୀ କୀର୍ତ୍ତି ନଗରସ୍ଥିତ ଏସିଆର ବୃହତ୍ତମ ଆସବାବ୍ପତ୍ର ବଜାରକୁ ଯାଇ ବଢ଼େଇଭାଇମାନଙ୍କୁ ଭେଟିଲି। କର୍ମଠ ହେବା ସହିତ ସେମାନେ ଅଦ୍ଭୁତ ଶିଳ୍ପୀ ମଧ୍ୟ। ମଜଭୁତ ଓ ସୁନ୍ଦର ସାମଗ୍ରୀ ତିଆରି କରିବାରେ ସିଦ୍ଧହସ୍ତ। ଆମେ ବହୁତ ବିଷୟରେ କଥାବାର୍ତ୍ତ ହେଲୁ, ସେମାନଙ୍କ ଦକ୍ଷତା ବିଷୟରେ ସାମାନ୍ୟ ଅବଗତ ହେବା ସହିତ ସେମାନଙ୍କଠାରୁ ଟିକେ କାମ ଶିଖିବାକୁ ପ୍ରୟାସ କଲି ବୋଲି ସେ ଲେଖିଛନ୍ତି। କଂଗ୍ରେସ ପାର୍ଟି ମଧ୍ୟ ରାହୁଲ୍ ଗାନ୍ଧୀଙ୍କ କୀର୍ତ୍ତିନଗର ଗସ୍ତକାଳୀନ ଫଟୋ ‘ଏକ୍ସ’ରେ ସେୟାର୍ କରିଛି। ଫଟୋରେ ଦେଖାଯାଉଛି, ଗାନ୍ଧୀ ଆସବାବ୍ପତ୍ର ତିଆରି ନିମନ୍ତେ ଆବଶ୍ୟକ ଉପକରଣ ବ୍ୟବହାର କରୁଛନ୍ତି। ଦଳ ଆହୁରି ମଧ୍ୟ ଲେଖିଛି: ଏବେ ମଧ୍ୟ ‘ଭାରତ ଯୋଡ଼ୋ ଯାତ୍ରା’ ଜାରି ରହିଛି। ଉଲ୍ଲେଖ ଯୋଗ୍ୟ-ଏହା ହେଉଛି ଜାତୀୟ ରାଜଧାନୀ ଅଞ୍ଚଳରେ ରାହୁଲ୍ ଗାନ୍ଧୀଙ୍କର ଏ ଧରଣର ତୃତୀୟ ଗସ୍ତ। ଅଗଷ୍ଟ ମାସରେ ସେ ଆଜାଦପୁର ମଣ୍ଡି ଯାଇ ଫଳ ଓ ପନିପରିବା ଦୋକାନୀମାନଙ୍କୁ ସାକ୍ଷାତ କରିଥିଲେ। ଅଳ୍ପ ଦିନ ତଳେ ସେ ଆନନ୍ଦ ବିହାର ରେଳ ଷ୍ଟେସନ୍ ଯାଇ କୁଲିମାନଙ୍କ ସହିତ କଥାବାର୍ତ୍ତା କରିଥିଲେ।






More Stories
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..