Report Card Odisha

| Daily Odia News

ଆପ୍‌ ଇଣ୍ଡିଆ ମେଣ୍ଟ ପ୍ରତି ପ୍ରତିଶ୍ରୁତିବଦ୍ଧ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆପ ଇଣ୍ଡିଆ ମେଣ୍ଟକୁ ସମର୍ଥନ ପ୍ରଦାନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି |ଗଣମାଧ୍ୟମକୁ କେଜ୍ରିୱାଲ କହିଛନ୍ତି, ତାଙ୍କ ଦଳ ଇଣ୍ଡିଆ ମେଣ୍ଟରୁ ଓହରିବନି। ଆପ୍‌ ଇଣ୍ଡିଆ ମେଣ୍ଟ ପ୍ରତି ପ୍ରତିଶ୍ରୁତିବଦ୍ଧ ଏବଂ ମେଣ୍ଟ ଧର୍ମ ପାଳନ କରିବାପାଇଁ ଏହା ବଦ୍ଧପରିକର। ତେବେ ପଂଜାବ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖଇରାଙ୍କ ଗିରଫ ଘଟଣାକୁ କେନ୍ଦ୍ର କରି ଇଣ୍ଡିଆ ମେଣ୍ଟରେ କନ୍ଦଳ ତୀବ୍ର ହୋଇଛି। ଆପ୍‌ ସରକାର ‌ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି ବୋଲି ପଂଜାବ କଂଗ୍ରେସ ପକ୍ଷରୁ ଦାବି ହୋଇଥିବାବେଳେ କେଜ୍ରିୱାଲ ଏହି ଟିପ୍ପଣୀ ଦେଇଛନ୍ତି। ଆପ୍‌ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି। ଆଇନ ଅନୁଯାୟୀ ଖଇରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ‌ହୋଇଛି ବୋଲି ଆପ୍‌ କହିଛି। ତେବେ ଏଯାବତ ଆସନ ବୁଝାମଣା ସଂକ୍ରାନ୍ତରେ କୌଣସି ଘୋଷଣା ହୋଇନଥିବା ନେଇ ପ୍ରଶ୍ନ କରିବାରୁ କେଜ୍ରିୱାଲ କହିଛନ୍ତି, ଖୁବ୍‌ ଶୀଘ୍ର ଆସନ ବୁଝାମଣା ହେବ। ତେବେ ସୁଖପାଲ ସିଂହ ଖଇରା ଗିରଫ ପ୍ରସଙ୍ଗରେ କେଜ୍ରିୱାଲ କହିଛନ୍ତି, ଗତକାଲି ପଂଜାବ ପୋଲିସ ଜଣେ ନିର୍ଦ୍ଦିଷ୍ଟ ନେତାଙ୍କୁ ଗିରଫ କରିଥିବା ମୁଁ ଶୁଣିଛି। କିନ୍ତୁ ମୁଁ ଉକ୍ତ ବିଷୟରେ ବିସ୍ତୃତ ଭାବେ ଜାଣିନାହିଁ। ଡ୍ରଗ୍ସ ମାମଲାରେ ଭଗୱନ୍ତ ମାନ୍‌ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ କାହାକୁ ଛଡ଼ାଯିବନି ବୋଲି ସେ କହିଛନ୍ତି।

Breaking News