ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଆଜି ଭାରତ ୩ଟି ପଦକ ଜିତିଛି । ସୁଟିଂରେ ୨ଟି ଓ ଗଲ୍ଫରେ ଗୋଟିଏ ପଦକ ଜିତିଛି। ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଭାରତ ଏ ପର୍ଯ୍ୟନ୍ତ ୧୧ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୧୪ ବ୍ରୋଞ୍ଜ ସହ ପଦକ ତାଲିକାର ୪ର୍ଥ ସ୍ଥାନରେ ରହିଛି । ରବିବାର ସୁଟିଂରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ଭାରତ ଏହି ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ମହିଳା ଟ୍ରାପ୍ ଟିମ୍ ଇଭେଣ୍ଟରେ ମଧ୍ୟ ଭାରତ ରୌପ୍ୟ ପଦକ ଜିତିଛି । ଅନ୍ୟପକ୍ଷରେ ମହିଳା ଗଲ୍ଫରେ ଅଦିତି ଅଶୋକ ରୌପ୍ୟ ଜିତିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ସେ ଏସିଆଡ୍ରେ ପଦକ ଜିତିଛନ୍ତି।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..