Report Card Odisha

| Daily Odia News

ଭାରତକୁ ଆଉ ୧ ସ୍ୱର୍ଣ୍ଣ -୨ ରୌପ୍ୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ଆଜି ଭାରତ ୩ଟି ପଦକ ଜିତିଛି । ସୁଟିଂରେ ୨ଟି ଓ ଗଲ୍ଫରେ ଗୋଟିଏ ପଦକ ଜିତିଛି। ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଭାରତ ଏ ପର୍ଯ୍ୟନ୍ତ ୧୧ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୧୪ ବ୍ରୋଞ୍ଜ ସହ ପଦକ ତାଲିକାର ୪ର୍ଥ ସ୍ଥାନରେ ରହିଛି । ରବିବାର ସୁଟିଂରେ ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି । ପୁରୁଷ ଟ୍ରାପ୍ ଟିମ୍ ଇଭେଣ୍ଟରେ ଭାରତ ଏହି ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ମହିଳା ଟ୍ରାପ୍ ଟିମ୍ ଇଭେଣ୍ଟରେ ମଧ୍ୟ ଭାରତ ରୌପ୍ୟ ପଦକ ଜିତିଛି । ଅନ୍ୟପକ୍ଷରେ ମହିଳା ଗଲ୍ଫରେ ଅଦିତି ଅଶୋକ ରୌପ୍ୟ ଜିତିଛନ୍ତି। ପ୍ରଥମ ଭାରତୀୟ ମହିଳା ଗୋଲ୍ଫର ଭାବେ ​ସେ ଏସିଆଡ୍‌ରେ ପଦକ ଜିତିଛନ୍ତି।

Breaking News