Report Card Odisha

| Daily Odia News

ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ…..

ରିପୋର୍ଟ କାର୍ଡ / ବରଗଡ଼

ସ୍କ୍ରବ୍ ଟାଇଫସରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ମୃତ ବ୍ୟକ୍ତି ଜଣକ ସୋହେଲା ଅଞ୍ଚଳର ଜଣେ ୪୮ ବର୍ଷୀୟ ବ୍ୟକ୍ତି। ବେସରକାରୀ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବରଗଡ଼ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାଶ ସୂଚନା ଦେଇଛନ୍ତି । ଏପଟେ ବରଗଡ଼ରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସ୍ଥିତି ନେଇ ପ୍ରଥମେ ବୁର୍ଲା ଭିମସାରର ଏକ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପରେ ଓଡ଼ିଶା ଜନସ୍ବାସ୍ଥ୍ୟ ବିଭାଗର ଟିମ୍ ଆସି ଏହାର କାରଣ ଓ ନିରାକରଣ ବିଷୟରେ ପଚାରି ବୁଝିଥିଲେ। ଏବେ କେନ୍ଦ୍ରୀୟ ଟିମ୍ ପ୍ରଥମେ ସୁନ୍ଦରଗଡ଼ ଓ ଏବେ ବରଗଡ଼ ପହଞ୍ଚି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରୁଛନ୍ତି। ସ୍କ୍ରବ୍ ଟାଇଫସ ପଶ୍ଚିମ ଓଡ଼ିଶାରେ କାୟା ବିସ୍ତାର କରୁଥିବାରୁ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏହି ଟିମ୍ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ବରଗଡ଼ ଜିଲ୍ଲାରେ ଏହାର ସମୀକ୍ଷା କରିବା ପାଇଁ ଟିମ୍ ପହଞ୍ଚି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି।

Breaking News