ରିପୋର୍ଟ କାର୍ଡ / ଢେଙ୍କାନାଳ
ସିକିମ ପ୍ରଳୟଙ୍କରୀ ବନ୍ୟା ତାଣ୍ଡବରଚିଛି | ବନ୍ୟାରେ ଭାସିଯାଇଥିଲେ ୨୩ ଯବାନ। ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨ ଜଣ ଏବେ ବି ନିଖୋଜ ଅଛନ୍ତି। ଏହି ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଶାର ଥିବା ସୂଚନା ରହିଛି। ନିଖୋଜ ଓଡ଼ିଶା ଯବାନ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଢ଼ିପ ଗାଁର ସରୋଜ କୁମାର ଦାସ। ଗତ ୭ ମାସ ତଳେ ସରୋଜ ବିବାହ କରିଛନ୍ତି। ଏ ପର୍ଯ୍ୟନ୍ତ ସରୋଜଙ୍କର କୌଣସି ଖବର ମିଳି ନଥିବାରୁ ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଆଶଙ୍କା ରେ ରହିଥିବା ଜଣାପଡିଛି|






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..