Report Card Odisha

| Daily Odia News

ରାଜ୍ୟରେ ଆଉ ୫୮ ନୂଆ ଏନଏଏସି ଗଠନ ଦାବି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଉ ୫୮ଟି ନୂଆ ବିଜ୍ଞାପିତ ଅଂଚଳ ପରିଷଦ ଗଠନ ପାଇଁ ଦାବି ହୋଇଛି | ଏନେଇ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ମିଳିଛି । ରାଜ୍ୟ ସରକାର ଗ୍ରାମୀଣ ସହରୀ ପରିବର୍ତ୍ତନ ନୀତି(ରୁରାଲ ଅର୍ବାନ ଟ୍ରାଞ୍ଜିସନ୍ ପଲିସି)ର ପ୍ରାବଧାନ ଅନୁସାରେ ଗ୍ରାମାଂଚଳକୁ ସହରାଂଚଳ ଘୋଷଣା ନିମନ୍ତେ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି । ରାଜ୍ୟ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ୫୮ଟି ନୂଆ ଏନଏଏସି ଗଠନ ପାଇଁ ରାଜ୍ୟର ୨୨ଟି ଜିଲ୍ଲାରୁ ପ୍ରସ୍ତାବ ମିଳିଛି । ସେଥିରେ ସର୍ବାଧିକ କଟକ ଜିଲ୍ଲାରୁ ୬ଟି ପ୍ରସ୍ତାବ ଓ ବଲାଙ୍ଗିର ଜିଲ୍ଲାରୁ ୫ଟି ପ୍ରସ୍ତାବ ମିଳିଛି । ଯାଜପୁର ଓ ଗଞ୍ଜାମ ଜିଲ୍ଲାରୁ ୪ଟି ଲେଖାଏଁ ପ୍ରସ୍ତାବ ଆସିଛି। କଟକ ଜିଲ୍ଲାର ସାଲେପୁର, ବଡ଼ମ୍ବା,ନରସିଂହପୁର,ନିଆଳି, ମାଣିଆବନ୍ଧ ଓ ବାରଙ୍ଗକୁ ଏନଏଏସି ଘୋଷଣା ପାଇଁ ପ୍ରସ୍ତାବ ମିଳିଥିବାବେଳେ ବଲାଙ୍ଗିର ଜିଲ୍ଲାର ଲୋଇସିଂହା, ବେଲପଡ଼ା, ବଙ୍ଗମୁଣ୍ଡା, ସଇଁତଳା ଓ ଲାଠୋର ଏବଂ ଯାଜପୁର ଜିଲ୍ଲାର ବିଂଝାରପୁର, ଧର୍ମଶାଳା, ଚଣ୍ଡିଖୋଲ ଓ ପାଣିକୋଇଲି ରହିଛି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ, ବେଗୁନିଆ ଓ ନାଚୁଣୀକୁ ଏନଏଏସି ପାଇଁ ପ୍ରସ୍ତାବ ସରକାରଙ୍କୁ ମିଳିଛି । ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ, ଭଦ୍ରକ ଜିଲ୍ଲାର ଧାମରା ଓ ଆଗରପଡ଼ା, ବାଲେଶ୍ୱର ଜିଲ୍ଲାର ସିମୂଳିଆ ଓ ବସ୍ତା, ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବରଗଡ଼ ଜିଲ୍ଲାର ଭଟଲୀ, ପାଇକମାଳ ଓ ଭେଡେନ୍ ପୁରୀ ଜିଲ୍ଲାର କାକଟପୁର, ସାକ୍ଷୀଗୋପାଳ ଓ ବ୍ରହ୍ମଗିରି, ସୁନ୍ଦରଗଡ଼ ଜିଲ୍ଲାର ବଣେଇ ଆଦିକୁ ଏନଏଏସି କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ମିଳିଥିବା ଜଣାପଡିଛି |

Breaking News