ରିପୋର୍ଟ କାର୍ଡ / ପଶ୍ଚିମବଙ୍ଗ
ପଶ୍ଚିମବଙ୍ଗର ଉତ୍ତର ଭାଗରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଖରାପ ଆଡକୁ ଗତି କରୁଛି। ପାହାଡ଼ିଆ ଦାର୍ଜିଲିଂ, କଲିମପୋଙ୍ଗ ଏବଂ ତେରାଇ ଅଂଚଳରେ ଥିବା ଜଲପାଇଗୁଡି ଏବଂ ଅଲିପୁରଦ୍ୱାର ସର୍ବାଧିକ ପ୍ରଭାବିତ ହୋଇଛି। ଉତ୍ତର ଦିନାଜପୁର, ଦକ୍ଷିଣ ଦିନାଜପୁର ଏବଂ କୁଚବିହାର ଭଳି ତିନୋଟି ଜିଲ୍ଲାରେ ପରିସ୍ଥିତି ଚିନ୍ତାଜନକ ରହିଛି। ପଡୋଶୀ ରାଜ୍ୟ ସିକ୍କିମର ପାହାଡରେ ବନ୍ୟା ଆସିବା ପରେ ତିସ୍ତି ନଦୀର ଜଳ ସ୍ତର ବୃଦ୍ଧି ହେତୁ ଏହି ପରିସ୍ଥିତି ଉପୁଜିଛି। ଗତକାଲି ରାତିରୁ ଜାଲପାଇଗୁଡି ଜିଲ୍ଲାର ଗାଜୋଲଡୋବା ଅଞ୍ଚଳରେ ବନ୍ୟା ଜଳରୁ ଜଣେ ମହିଳାଙ୍କ ସମେତ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏହି ମୃତଦେହଗୁଡ଼ିକ ସ୍ଥାନୀୟ ଲୋକଙ୍କର କି ପର୍ବତରୁ ଭାସି ଆସିଛି ସେ ନେଇ ପ୍ରଶାସନ ନିଶ୍ଚିତ ହୋଇପାରିନାହିଁ।






More Stories
ଏପ୍ରିଲ ୨୨ରେ କେଦାରନାଥ…..
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..