ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମଦ ନୀତି ମାମଲାରେ କାହିଁକି ‘ଆପକୁ ଅଭିଯୁକ୍ତ ଭାବେ ଦର୍ଶାଯିବ ନାହିଁ’ ଏହି ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନର ସ୍ପଷ୍ଟୋକ୍ତି ରଖିଛନ୍ତି ସୁପ୍ରିମ କୋର୍ଟ । ଅଦାଲତ କାହିଁକି ଆପକୁ ଅଭିଯୁକ୍ତ ଭାବେ ଦର୍ଶାଯାଉ ବୋଲି କହୁଛନ୍ତି, ସେନେଇ ମଧ୍ୟ ଉତ୍ତର ରଖିଛନ୍ତି। ମନିଷ ସିସୋଦିଆଙ୍କ ଜାମିନ୍ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି, ଆମେ ଏ ଉପରେ ସ୍ପଷ୍ଟ କରିବାକୁ ଚାହୁଁଛୁ। ଗତକାଲି ଆମେ କେବଳ ଏକ ଆଇନଗତ ପ୍ରଶ୍ନ ପଚାରିଥିଲୁ। ଆମର ପ୍ରଶ୍ନ ଥିଲା, ଯଦି A ଏବଂ Bକୁ ଅଭିଯୁକ୍ତ କରାଯାଇଛି ଏବଂ C ଏହି ମାମଲାରେ ଉପକୃତ ହୋଇଛି, ତେବେ Cକୁ କାହିଁକି ଅଭିଯୁକ୍ତ କରାଯିବ ନାହିଁ | ସୁପ୍ରିମକୋର୍ଟ ଦିଲ୍ଲୀର ମଦ ନୀତି ମାମଲାରେ ଆମ୍ ଆଦମି ପାର୍ଟିକୁ କାହିଁକି ଅଭିଯୁକ୍ତ କରାଯାଉନାହିଁ ବୋଲି ଇଡିକୁ ପ୍ରଶ୍ନ ପଚାରିଥିଲେ। ଏହି ମାମଲାରେ ଦଳର ବରିଷ୍ଠ ନେତା ମନିଷ ସିସୋଦିଆ ଗିରଫ ହୋଇ ଜେଲରେ ଥିବାବେଳେ ଗତକାଲି ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଆପକୁ ମଧ୍ୟ ଅଭିଯୁକ୍ତ ଭାବେ ପକ୍ଷଭୁକ୍ତ କରାଯାଉ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।






More Stories
ନଦୀରେ ଓଲଟିଲା ଡଙ୍ଗା…..
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..