Report Card Odisha

| Daily Odia News

ମଦ ନୀତି ଘୋଟାଲାରେ ଗିରଫଦାରୀର ପ୍ରମାଣ ମାଗିଲେ ସୁପ୍ରିମ କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମଦ ନୀତି ମାମଲାରେ ଅନେକ ଆପ୍ ନେତା ଗିରଫ ହୋଇଛନ୍ତି । ପୂର୍ବତନ ଅବକାରୀ ମନ୍ତ୍ରୀ ମନିଷ ସିସୋଦିଆ ଜେଲରେ ଥିବାବେଳେ ଗତକାଲି ଏହି ମାମଲାରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଛି। ଆଜି ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ଗିରଫଦାରୀର ପ୍ରମାଣ ମାଗିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଅନୁସନ୍ଧାନକାରୀ ଏଜେନ୍ସି ଇଡି ଏବଂ ସିବିଆଇକୁ ମଦ ନୀତି ଘୋଟାଲାରେ ସିସୋଦିଆଙ୍କ ଭୂମିକା କ’ଣ ବୋଲି ପଚାରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ଇଡି ଓ ସିବିଆଇକୁ ପଚାରିଛନ୍ତି, ‘ପ୍ରମାଣ କେଉଁଠି ଅଛି | ଘୋଟାଲାର ଅର୍ଥ କେଉଁଠି ଅଛି | ପୂରା ଦୁର୍ନୀତି କେତେ ପର୍ଯ୍ୟନ୍ତ ଲମ୍ବିଛି | ଏହି ମାମଲାର ଅନୁସନ୍ଧାନ ଏଜେନ୍ସିକୁ ଅଦାଲତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପଚାରିଛନ୍ତି। ଆପଣମାନେ ୧୦୦ ଓ ୩୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଏହି ଟଙ୍କା କିଏ ଦେଇଛି | ତାର କିଛି ପ୍ରମାଣ ଅଛି କି ବୋଲି ପଚାରିଛନ୍ତି ସୁପ୍ରିମକୋର୍ଟ। ଏଥିସହ କୋର୍ଟ ଆହୁରି ପଚାରିଛନ୍ତି, ଯଦି ଟଙ୍କା ଟ୍ରାନ୍ସଫର୍ ହୋଇଛି ତେବେ ତାହା ଯେ ମଦ ନୀତି ଘୋଟାଲା କ୍ଷେତ୍ରରେ କରାଯାଇଛି ତାର ପ୍ରମାଣ କ’ଣ | ହୋଇଥାଇପାରେ ଏ ଟଙ୍କା କେହି ଅନ୍ୟ କ୍ଷେତ୍ରରେ ଦେଇଥିବେ। ଯାହାକୁ ସାକ୍ଷ୍ୟ ଭାବେ ଦର୍ଶାଉଛନ୍ତି, ସେ(ଦିନେଶ ଅରୋରା) ନିଜେ ଜଣେ ଅଭିଯୁକ୍ତ। ଆପଣ(ଇଡି ଓ ସିବିଆଇ) ରଖିଥିବା ପ୍ରମାଣ ସନ୍ତୋଷଜନକ ନୁହେଁ। ମାମଲାରେ ମନୀଷ ସିସୋଦିଆ ଜଡିତ ଥିବା ପରି ମନେ ହେଉନାହିଁ ବୋଲି ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି। ଆପଣ ତାଙ୍କୁ କେଉଁ ଆଧାରରେ ଆର୍ଥିକ ହେରଫେର ମାମଲା ଅଧୀନରେ ଗିରଫ କରିଛନ୍ତି ବୋଲି ସୁପ୍ରିମକୋର୍ଟ ପଚାରିଛନ୍ତି।

Breaking News