ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାହିତ୍ୟ କ୍ଷେତ୍ରରେ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବେ ନରୱେର ଲେଖକ ତଥା ନାଟ୍ୟକାର ୟୁନ ଫସା। ଏ ନେଇ ନୋବେଲ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ଆଜି ଘୋଷଣା କରାଯାଇଛି। ତାଙ୍କ ଲେଖାରେ ଅନେକ ନାଟକ, ଉପନ୍ୟାସ, କବିତା ସଂଗ୍ରହ, ପ୍ରବନ୍ଧ, ଶିଶୁ ପୁସ୍ତକ ଏବଂ ଅନୁବାଦ ଅନ୍ତର୍ଭୁକ୍ତ। ତାଙ୍କ ଲିଖିତ ନାଟକ ଗୁଡିକ ବିଶ୍ୱର ସର୍ବାଧିକ ଅଭିନୀତ ଓ ସେ ତାଙ୍କ ପ୍ରବନ୍ଧ ପାଇଁ ଅଧିକ ମାନ୍ୟତା ପାଇଛନ୍ତି। ୧୯୫୯ ମସିହାରେ ନରୱେର ପଶ୍ଚିମ ଉପକୂଳର ହାଉଗେସୁଣ୍ଡରେ ଜନ୍ମଗ୍ରହଣ କରିଥିବା ୟୁନ ଫସା ଆଜି ଦୁନିଆର ବହୁଚର୍ଚ୍ଚିତ ନାଟ୍ୟକାରମାନଙ୍କ ମଧ୍ୟରୁ ଜଣେ ହୋଇଥିବା ବେଳେ ସେ ତାଙ୍କ ଗଦ୍ୟ ପାଇଁ ଅଧିକ ମାନ୍ୟତା ପାଇଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….