Report Card Odisha

| Daily Odia News

ପାଲେଷ୍ଟାଇନ ସମର୍ଥକ କରୁଛନ୍ତି ଅଷ୍ଟ୍ରେଲିଆରେ ବିରୋଧ ପ୍ରଦର୍ଶନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଭୟଙ୍କର ରୂପ ନେଇଛି | ଯୁଦ୍ଧ ଏଭଳି ସ୍ଥିତିରେ ପହଂଚିଛି ବିଶ୍ୱ ଦୁଇ ଭାଗରେ ବିଭକ୍ତ ହେବାର ଦେଖାଯାଉଛି। କିଛି ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ କିଛି ଦେଶ ପାଲେଷ୍ଟାଇନର ଆତଙ୍କବାଦୀ ଗୋଷ୍ଠୀ ହମାସକୁ ସମର୍ଥନ କରିଛନ୍ତି। ଆକ୍ରମଣରେ ଉଭୟ ପକ୍ଷରୁ ୩୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ନିକଟରେ ଅଷ୍ଟ୍ରେଲିଆର ସିଡନୀରେ ପାଲେଷ୍ଟାଇନ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ତେବେ ଇହୁଦୀ ମନୋଭାବ ରଖି ବିରୋଧ ପ୍ରଦର୍ଶନ କରାଯାଉଛି ବୋଲି ଅଷ୍ଟ୍ରେଲିଆ ପୋଲିସ କହିଛି। ପୋଲିସ କହିଛି, ସିଡନୀରେ ପାଲେଷ୍ଟାଇନ ସମର୍ଥକମାନେ କରୁଥିବା ବିରୋଧ ପ୍ରଦର୍ଶନ ବେଆଇନ ଅଟେ। ଏହାକୁ ନେଇ ଅଷ୍ଟ୍ରେଲିଆ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଷ୍ଟ୍ରେଲିଆରେ କୌଣସି ପାଲେଷ୍ଟାଇନ ସମର୍ଥକ ଆପରାଧିକ କାର୍ଯ୍ୟକଳାପ କରୁଥିବାର ଦେଖାଗଲେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ସୂଚନା ଜାରି କରିଛି।

Breaking News