ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ। ମାଆମାନେ ଭଲ କାମ କରୁଛନ୍ତି। ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତି। ଗତି ହିଁ ଶକ୍ତି, ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିଛି। ୧୫ ହଜାର ମାଆ ପାଇଛନ୍ତି ସ୍କୁଟର। ଆଗକୁ ଆଉ ୨ ଲକ୍ଷ ମାଆ ସ୍କୁଟର ପାଇବେ। ମିଶନଶକ୍ତି ସ୍କୁଟର ଯୋଜନାରେ ୫୨୮ କୋଟି ଟଙ୍କାର ସୁଧ ଋଣ ଛାଡ଼ ହେବ। ଏଣେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏହି କାର୍ଯ୍ୟକ୍ରମରେ କହିଛନ୍ତି, ଏହା ଏକ ଏକ ଯୁଗାନ୍ତକାରୀ ପଦକ୍ଷେପ। ସ୍କୁଟର ମାଆମାନଙ୍କ ପାଇଁ ଏକ ପ୍ରତୀକ।






More Stories
ଜଳୁଛି ରାଜଧାନୀ;ରେକର୍ଡ ଭାଙ୍ଗିଲା ତାତି…..
ବିଭିନ୍ନ ସ୍ଥାନର ଇଂରାଜୀ ବନାନର ହେବ ସଂଶୋଧନ…..
କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ…..