Report Card Odisha

| Daily Odia News

ହମାସ୍‌କୁ ବିଲୁପ୍ତ କରି ଗାଜାକୁ ବିଶ୍ବର ବୃହତ୍ତମ ଶ୍ମଶାନ କରିଦିଅ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହମାସ୍‌କୁ ବିଲୁପ୍ତ କରି ଗାଜାକୁ ବିଶ୍ବର ବୃହତ୍ତମ ମଶାଣିରେ ପରିଣତ କରିଦିଅ | ଫିଲିପ୍ପିନ୍‌ସ୍‌ର ପୂର୍ବତନ ରାଷ୍ଟ୍ରପତି ରୋଡ୍ରିଗୋ ଡ୍ୟୁଟେର୍ଟ ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ପ୍ରସ୍ତାବ ଦେଇଥିବା ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି | ସମ୍ବାଦ ପ୍ରସାରଣକାରୀ ସଂସ୍ଥାନ ‘ଏସ୍‌ଏମ୍‌ଏନ୍‌ଆଇ’କୁ ଡ୍ୟୁଟେର୍ଟ କହିଛନ୍ତି ଯେ, ସେ ଯଦି ନେତାନ୍ୟାହୁ ହୋଇଥାଆନ୍ତେ ଆତ୍ମଗୋପନସ୍ଥଳୀକୁ ମାଟିରେ ମିଶାଇ ହମାସକୁ ନିଶ୍ଚିହ୍ନ କରି ଦେଇଥାଆନ୍ତେ। ୬ ବର୍ଷିଆ କାର୍ଯ୍ୟକାଳ ଶେଷ କରି ୨୦୨୨ରେ ରାଜନୀତିରୁ ବିଦାୟ ନେଇଥିବା ଡ୍ୟୁ‌ଟେର୍ଟ କହିଛନ୍ତି, ମୁଁ ହମାସ୍‌କୁ ନିଃଶେଷ କରିଦେବି। ସେଠାରୁ ବାହାରି ଆସିବାକୁ ମୁଁ ସେମାନଙ୍କୁ ୪୮ ଘଣ୍ଟା ସମୟ ଦେବି। ଯଦି ନ ଆସନ୍ତି, ମୁଁ ସ‌େ ସ୍ଥାନକୁ ମାଟିରେ ମିଶାଇ ଦେବି। ଲଢ଼େଇ କରିବାକୁ ଆଉ ଗାଜା ନ ଥିବ। ସେ ଗାଜାକୁ ଧ୍ବଂସ କରି ବିଶ୍ବର ବୃହତ୍ତମ ମଶାଣିରେ ପରିଣତ କରିଦେବେ ବୋଲି କହି ସାଧାରଣ ନାଗରିକମାନଙ୍କୁ ସେଠାରୁ ଚାଲିଯିବାକୁ ଅନୁରୋଧ କରିଛନ୍ତି। ଡ୍ୟୁ‌ଟେର୍ଟ ଏହି ଯୁଦ୍ଧକୁ ନେତାନ୍ୟାହୁଙ୍କ ଦେଶ ଇସ୍ରାଏଲ୍‌ ଏବଂ ଇରାନ୍‌ ଓ ଉଗ୍ରପନ୍ଥୀ ଆରବ ରାଷ୍ଟ୍ରମାନଙ୍କ ମଧ୍ୟରେ ଚାଲିଥିବା ପରୋକ୍ଷ ଯୁଦ୍ଧ ବୋଲି କହିଛନ୍ତି। ରୋଜଗାର ଆଶାରେ ଇସ୍ରାଏଲ୍‌ରେ କାମ କରୁଥିବା ଫିଲିପ୍ପିନ୍‌ସ୍‌ର ଅନେକ ଲୋକ ଏହି ଯୁଦ୍ଧରେ ମୃତାହତ ହୋଇଛନ୍ତି କହି ସେ ଶୋକବ୍ୟକ୍ତ କରିଛନ୍ତି।

Breaking News