ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଦଳ ନିଜ ନିଜର ପାର୍ଥୀ ଚୟନ କରୁଛନ୍ତି | ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଟିକେଟ୍ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦିଛନ୍ତି ବିଜେପି ନେତା ମୁକେଶ ଗୋଏଲ୍। ରାଜସ୍ଥାନର କୋଟପୁତଲି ଆସନରୁ ବିଜେପି ତାଙ୍କୁ ଟିକେଟ ଦେବ ବୋଲି ସେ ଆଶା କରିଥିଲେ। ନିକଟରେ ବିଜେପି ତା’ର ପ୍ରାର୍ଥୀ ତାଲିକା ଜାରି କରିଛି। ବିଜେପି ପ୍ରାର୍ଥୀ ତାଲିକାରେ ନାହିଁ ତାଙ୍କ ନାଁ। ଏହା ଦେଖିବା ପରେ ସେ ଭାଙ୍ଗି ପଡିଛନ୍ତି। ଶେଷରେ କ୍ୟାମେରା ଆଗରେ ଭୋ ଭୋ ହୋଇ କାନ୍ଦିଛନ୍ତି ଏହି ବିଜେପି ନେତା।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..