ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏୟାର ଇଣ୍ଡିଆ ଅକ୍ଟୋବର ୧୮ ପର୍ଯ୍ୟନ୍ତ ତେଲ ଆଭିବକୁ ନିଜର ସମସ୍ତ ବିମାନକୁ ବାତିଲ କରିଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି ଏୟାରଲାଇନ୍ସ ଜରୁରୀ ଆବଶ୍ୟକତା ଆଧାରରେ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଚାର୍ଟର୍ଡ ବିମାନ ଚଳାଚଳ କରିବ। ଏହା ପୂର୍ବରୁ ଏୟାର ଇଣ୍ଡିଆ ଇସ୍ରାଏଲର ଅର୍ଥନୈତିକ କେନ୍ଦ୍ର ତେଲ ଅଭିବରୁ ଅକ୍ଟୋବର ୧୪ ପର୍ଯ୍ୟନ୍ତ ବିମାନ ଚଳାଚଳ କୁ ସ୍ଥଗିତ ରଖିଥିଲା । ଏୟାର ଇଣ୍ଡିଆ ସାଧାରଣତଃ ନୂଆଦିଲ୍ଲୀରୁ ତେଲ ଅଭିଭକୁ ସପ୍ତାହକୁ ପାଞ୍ଚଟି ବିମାନ ଚଳାଚଳ କରିଥାଏ। ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଏହି ସେବା ଚାଲିଥାଏ। ଇସ୍ରାଏଲରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ ଅଜୟ’ ଅଧୀନରେ ଏୟାରଲାଇନ୍ସ ଦୁଇଟି ବିମାନ ଚଳାଚଳ କରିଛି। ‘ଅପରେସନ ଅଜୟ’ ଅଧୀନରେ ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ଭାରତୀୟ ଇସ୍ରାଏଲରୁ ସ୍ୱଦେଶ ଫେରିଛନ୍ତି। ଶୁକ୍ରବାର ୨୩୫ ଜଣ ଭାରତୀୟନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଦିଲ୍ଲୀରେ ଅବତରଣ କରିଥିଲା।






More Stories
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……
ଯଶପାଲ ରାଣାଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ଶୋକ…..