Report Card Odisha

| Daily Odia News

କୋଟିପତି ଜେଇ ଗିରଫ……

ରିପୋର୍ଟ କାର୍ଡ / ଅନୁଗୁଳ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡା ବିଇଓ ଅଫିସର ଜେଇପ୍ରସନ୍ନ କୁମାର ପାଣିଙ୍କୁ ଭିଜିଲାନ୍ସ ଗିରଫ କରିଛି | ଉଲ୍ଲେଖ ଯୋଗ୍ୟ- ଗତକାଲି ପାଲଲହଡ଼ା ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପ୍ରସନ୍ନ କୁମାର ପାଣିଙ୍କ ଘର ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ ୧୧ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଭୁବନେଶ୍ବରରେ ୩ଟି ୩ ମହଲା କୋଠା ସମେତ ଗୋଟିଏ ଫ୍ଲାଟ୍‌ ଓ ୨୬ ଟି ପ୍ଲଟ୍‌ର ସନ୍ଧାନ ମିଳିଥିଲା । ଏହାସହିତ ୬୪ ଲକ୍ଷର ଜମା ଟଙ୍କା, ୩.୩୩ ଲକ୍ଷ ନଗଦ ଟଙ୍କା, ୮୩୨ ଗ୍ରାମର ସୁନା ଅଳଙ୍କାର ମିଳିଥିଲା ।

Breaking News