ରିପୋର୍ଟ କାର୍ଡ / ନୁଆଦିଲ୍ଲୀ
ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଯୁଦ୍ଧରେ ଏପର୍ୟ୍ୟନ୍ତ ସମୁଦାୟ ୪,୯୦୦ ଲୋକ ପ୍ରାଣ ହରାଇଛନ୍ତି। ଗାଜାରେ ପରିସ୍ଥିତି ଜଟିଳ ରହିଛି। ସେଠାରେ ଲୋକମାନେ ଖାଦ୍ୟ ଓ ପାଣି ପିଇବାକୁ କିମ୍ବା ବିଶୁଦ୍ଧ ଜଳ ମଧ୍ୟ ପାଇ ପାରୁନାହାଁନ୍ତି। ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ଇସ୍ରାଏଲ୍ରେ ପହଞ୍ଚିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନାକ ଆଜି ଇସ୍ରାଏଲରେ ପହଞ୍ଚିଛନ୍ତି। ଯୁଦ୍ଧ ମଧ୍ୟରେ ବ୍ରିଟେନ ଇସ୍ରାଏଲ ସହିତ ଛିଡା ହୋଇଛି ବୋଲି ସେ ବିଶ୍ୱକୁ ଏହି ବାର୍ତ୍ତା ଦେଇଛନ୍ତି। ବୁଧବାର ଦିନ ଜୋ ବାଇଡେନ ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ବୈଠକ ପରେ ସେ କହିଛନ୍ତି, ଆମେରିକା ଇସ୍ରାଏଲ ସହ ଛିଡା ହୋଇଛି। ଅକ୍ଟୋବର ୭ ରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ଏପର୍ୟ୍ୟନ୍ତ ମୋଟ ୪୯୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସ ଆକ୍ରମଣରେ ୧୪୦୦ ରୁ ଅଧିକ ଇସ୍ରାଏଲ ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ ଗାଜା ଅଞ୍ଚଳରେ ୩୪୭୮ ଜଣଙ୍କର ମୃତ୍ୟୁ ଘଟିଛି।






More Stories
ପୁଣିଥରେ ହେବ ମତଦାନ…..
ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା…..
ଆଜି ପଶ୍ଚିମବଙ୍ଗ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ…..