ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୧ହଜାରରୁ ଅଧିକ ନବନିଯୁକ୍ତମାନଙ୍କୁ ଆଭାସୀ ମାଧ୍ୟମରେ ନିଯୁକ୍ତିପତ୍ର ବଣ୍ଟନ କରିବେ । ଦେଶରେ ୩୭ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେଉଛି। ଏହି ନିଯୁକ୍ତି ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବାବେଳେ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନେ ମଧ୍ୟ ଏହି ପଦକ୍ଷେପରେ ସହାୟତା କରୁଛନ୍ତି। ଏହି ନବନିଯୁକ୍ତ ଗଣ ଦେଶବ୍ୟାପୀ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ଯୋଗଦେବେ। ସେଗୁଡିକ ମଧ୍ୟରେ ରେଳ ମନ୍ତ୍ରଣାଳୟ, ଡାକବିଭାଗ, ଗୃହ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ଗଣଶିକ୍ଷା ବିଭାଗ ଓ ସାକ୍ଷରତା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଇତ୍ୟାଦି ଅନ୍ତର୍ଭୁକ୍ତ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..