Report Card Odisha

| Daily Odia News

ବସ୍‌ ଚଲାଉଥିବା ବେଳେ ଡ୍ରାଇଭରଙ୍କର ମୃତ୍ୟୁ……

ରିପୋର୍ଟ କାର୍ଡ / କନ୍ଧମାଳ

ବସ୍‌ରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଅଧାବାଟରେ ଚାଳକଙ୍କର ମୃତ୍ୟୁ ହୋଇଛି । ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଯାତ୍ରୀମାନେ। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅଞ୍ଚଳରେ। ମୃତ ବସ୍‌ ଡ୍ରାଇଭର ଜଣଙ୍କ ହେଲେ ସନା ପ୍ରଧାନ। ସନା ମହାଲକ୍ଷ୍ମୀ ନାମକ ଘରୋଇ ଯାତ୍ରୀବାହୀ ବସର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ସବୁଦିନ ପରି ଗତକାଲି ରାତିରେ ସେ ଯାତ୍ରୀମାନଙ୍କୁ ସାରଙ୍ଗଡ଼ରୁ ଭୁବନେଶ୍ୱର ଅଭିମୁଖେ ନେଇ ଯାଉଥିଲେ। ଜି.ଉଦୟଗିରି ରାସ୍ତାରେ ସନାଙ୍କ ଗାଡ଼ି ଚାଳନାରେ କରିବାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବସ୍‌ରେ ଥିବା ହେଲପର ଏହା ଜାଣିପାରି ସନାଙ୍କ ପାଖକୁ ଯିବା  ପୂର୍ବରୁ ବସ୍‌ଟି ରାସ୍ତାକଡ଼ରେ ଥିବା ଏକ ଛୋଟିଆ ପୋଲରେ ଧକ୍କା ଦେଇ ରହି ଯାଇଥିଲା। ସନା ଗାଡ଼ିର ଷ୍ଟେରିଂ ଉପରେ ଟଳି ପଡ଼ିଥିଲେ। ପରେ ସବୁ ଯାତ୍ରୀ ବସ୍‌ରୁ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସନାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Breaking News