ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ତାଙ୍କ ସାମ୍ବିଧାନିକ ପଦମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ମନ୍ତବ୍ୟ ଦେବା ଉଚିତ। ଏନ୍ସିପି ସୁପ୍ରିମୋ ଶରଦ ପାୱାର ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ କଟାକ୍ଷର ଏଭଳି ପ୍ରତ୍ୟୁତ୍ତର ଦେଇଛନ୍ତି | ଶରଦ କହିଛନ୍ତି- ମୁଁ ଜାଣିନି, ସେ କାହିଁକି ମୋତେ ଟାର୍ଗେଟ କରିଛନ୍ତି। ବୋଧହୁଏ ସେ ଯାହା କହିଛନ୍ତି, ସେ ବାବଦରେ ତାଙ୍କୁ ଠିକ୍ଭାବେ ଅବଗତ କରାଯାଇ ନ ଥିବ। ତେବେ ମୋତେ ସେ ଯାହା କହିଲେ ବି ମୁଁ ତାଙ୍କର ପଦବିର ମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ପ୍ରତିକ୍ରିୟା ପ୍ରଦାନ କରିବି। ମୁମ୍ବାଇଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପାୱାର ଏହା କହିଛନ୍ତି। ଶରଦ ପାୱାର ଉପା ସରକାର ଅମଳରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ କୃଷିମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପାୱାରଙ୍କ ନାମ ନ ନେଇ କହିଥିଲେ, ବିଜେପି-ନେତୃତ୍ବାଧୀନ ସରକାର କୃଷକଙ୍କ ସଶକ୍ତୀକରଣ ଲାଗି ସକ୍ରିୟ ଉଦ୍ୟମ କରୁଥିବା ବେଳେ ମହାରାଷ୍ଟ୍ରରେ କିଛି ଲୋକ କୃଷକଙ୍କ ପ୍ରତିନିଧି ବୋଲାଇ କେବଳ ରାଜନୀତି କରୁଛନ୍ତି। ମୋଦୀଙ୍କ କଟାକ୍ଷର ଉତ୍ତର ଦେଇ ପାୱାର କହିଛନ୍ତି- ସେ (ପ୍ରଧାନମନ୍ତ୍ରୀ) ସାଇବାବାଙ୍କ ଦର୍ଶନ ପାଇଁ ଶିରିଡ଼ି ଯାଇଥିଲେ। ସେଠାରେ ତାଙ୍କର ଶରଦ ପାୱାରଙ୍କୁ ଦର୍ଶନ କରିବାର କି ଆବଶ୍ୟକତା ପଡ଼ିଲା? ଦେଶର ସବୁ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ। ଯେଉଁଠି କ୍ଷମତାରେ ଅଛି, ସେଠି ବି ସ୍ଥିତି ସେତେ ସୁଦୃଢ଼ ନୁହେଁ। ତେଣୁ ଦୁର୍ବଳତା ଓ ହାରିଯିବାର ଭୟ ଯୋଗୁ ମୋଦୀ ଏପରି ବିବୃତି ଦେଇଥାଇ ପାରନ୍ତି ବୋଲି ପାୱାର କହିଛନ୍ତି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……