ରିପୋର୍ଟ କାର୍ଡ / ଭୁବନେଶ୍ବର
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବାୟୁସେନା ଅଧିକାରୀ ରିମାଣ୍ଡରେ ଯିବେ । ଅଭିଯୁକ୍ତ କୋରିମିଲି ଭେଙ୍କଟ ଶ୍ରୀନିବାସଙ୍କୁ ୪ ଦିନ ରିମାଣ୍ଡରେ ଆଣିବାକୁ ଲକ୍ଷ୍ମୀସାଗର ଥାନା ପୋଲିସ ଆବେଦନ କରିବ ବୋଲି ଜଣାଯାଇଛି। ଗତକାଲି ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଥିଲେ ବାୟୁସେନା ଅଧିକାରୀ। ସୂଚନାଯୋଗ୍ୟ, ଘରେ କେହି ନଥିବା ବେଳେ ଭବନେଶ୍ଵର ବମିଖାଲ ଅଞ୍ଚଳରେ ଜଣେ ୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିଲେ ଏୟାରଫୋର୍ସ ଗ୍ରୁପ କ୍ୟାପିଟେନ ଶ୍ରୀନିବାସ। ଏ ନେଇ ଜୁନ ୨୮ ତାରିଖରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୨ ଥର ରାଜ୍ୟ ବାହାରକୁ ଯାଇଥିଲା। ଫେରାର ହୋଇଯାଇଥିଲେ ବାୟୁସେନା ଅଧିକାରୀ। ଜାମିନ ପାଇଁ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ। ଜାମିନ ନାମଞ୍ଜୁର ହେବା ପରେ ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଥିଲେ ଅଭିଯୁକ୍ତ ବାୟୁସେନା ଅଧିକାରୀ କୋରିମିଲି ଭେଙ୍କଟ ଶ୍ରୀନିବାସ।






More Stories
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..