ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କୁ ପୁଣି ମିଳିଛି ହତ୍ୟା ଧମକ। ଜଣେ ଅଜଣା ବ୍ୟକ୍ତି ପୁଣି ଥରେ ଇ-ମେଲ୍ ଜରିଆରେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଜଣାପଡିଛି । ହେଲେ ଏଥର ଦୁର୍ବୃତ୍ତମାନେ ତାଙ୍କ ଠାରୁ ୪୦୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି। ତୃତୀୟ ଥର ପାଇଁ ଏଭଳି ଧମକ ମିଳିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୋମବାର ଅମ୍ବାନିଙ୍କ କମ୍ପାନୀକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏହି ଇ-ମେଲ୍ଟି ସଦାବ ଖାନ୍ ନାଁରେ ଆସିଛି। ଜଣେ ଅଧିକାରୀ କହିଛନ୍ତି ଯେ ଚାରି ଦିନ ମଧ୍ୟରେ ମୁକେଶ ଅମ୍ବାନୀଙ୍କୁ ପଠାଯାଇଥିବା ଏହା ହେଉଛି ତୃତୀୟ ଧମକପୂର୍ଣ୍ଣ ଇ-ମେଲ। ଏଥର ଧମକ ଦେଉଥିବା ବ୍ୟକ୍ତି ଇ-ମେଲରେ ଲେଖିଛନ୍ତି, ‘ତୁମେ ଆମ କଥା ଶୁଣିଲନି, ତେଣୁ ଡିମାଣ୍ଡ ରାଶି ବଢ଼ି ୪୦୦ କୋଟିରେ ପହଞ୍ଚିଛି, ତୁମର ସୁରକ୍ଷା ଯେତେ କଡାକଡି ହେଉନା କାହିଁକି ଆମ ପାଖରେ ଯଥେଷ୍ଟ ସ୍ନାଇପର ଅଛନ୍ତି।’ ଏହାପୂର୍ବରୁ ମୁକେଶ ଅମ୍ବାନିଙ୍କୁ ଦୁଇଥର ଧମକ ଦିଆଯାଇଥିଲା। ପ୍ରଥମ ଥର ମୁକେଶ ଅମ୍ବାନିଙ୍କ ଠାରୁ ୨୦ କୋଟି ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ୨୦୦ କୋଟି ଟଙ୍କା ଦାବି କରାଯାଇଥିଲା। ତୃତୀୟ ଧମକପୂର୍ଣ୍ଣ ଇମେଲ ମଧ୍ୟ ସେହି ଠିକଣାରୁ ଆସିଛି ଯେଉଁଠାରୁ ପୂର୍ବ ଦୁଇଟି ଧମକପୂର୍ଣ୍ଣ ଇମେଲ ଆସିଥିଲା। ତୃତୀୟ ମେଲରେ ୪୦୦ କୋଟି ଟଙ୍କା ଦାବି କରାଯାଇଛି।






More Stories
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..