Report Card Odisha

| Daily Odia News

ନେପାଳରେ ଭୟଙ୍କର ଭୂମିକମ୍ପ, ୧୨୮ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନେପାଳରେ ଅନୁଭୂତ ୬.୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ୧୨୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନେପାଳ ପ୍ରଶାସନ ଓ ସେନା ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ଭଙ୍ଗାରୁଜା ଅଂଶ ମଧ୍ୟରେ ଲୋକମାନେ ଦାବି ରହିଥିବା ଅନୁମାନ କରାଯାଉଛି | ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ରାଜ୍ୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ର ନେପାଳରେ ୧୦ କିଲୋମିଟର ଗଭୀରରେ ଥିଲା। ପ୍ରାୟ ଏକ ମିନିଟରୁ ଅଧିକ ସମୟ ଧରି ଶକ୍ତିଶାଳୀ କମ୍ପନ ସୃଷ୍ଟି ହୋଇଥିବାରୁ ହୋଇଥିବାରୁ ଲୋକମାନେ ଘର ଭିତରୁ ବାହାରକୁ ପଳାଇ ଆସିଥିଲେ। ଗତ ଏକ ମାସ ମଧ୍ୟରେ ତୃତୀୟ ଥର ପାଇଁ ନେପାଳରେ ଏଭଳି ଶକ୍ତିଶାଳୀ ଭୂକମ୍ପ ହୋଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ଏଭଳି ପରିସ୍ଥିତିରେ ଭାରତ ସମସ୍ତ ସହାୟତା ଯୋଗାଇ ଦେବ ବୋଲି ସେ କହିଛନ୍ତି।

Breaking News