ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଆଇସିସି’ ବିଶ୍ବକପ୍ ୨୦୨୩ରେ ହେବାକୁ ଥିବା ବାକି ମ୍ୟାଚ୍ଗୁଡ଼ିକରେ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ |ଗୋଡ଼ଗଣ୍ଠିରେ ହୋଇଥିବା ଆଘାତ ଭଲ ହେଉ ନ ଥିବାରୁ ପାଣ୍ଡ୍ୟା ଖେଳିପାରିବେ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତାଙ୍କ ପରିବର୍ତ୍ତେ ୧୫ଜଣିଆ ଖେଳାଳିବିଶିଷ୍ଟ ଭାରତୀୟ ଟିମ୍ରେ କର୍ଣ୍ଣାଟକ ପେସର୍ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି। ‘ଆଇସିସି’ ‘ଇଭେଣ୍ଟ୍ ଟେକ୍ନିକାଲ୍ କମିଟି’ ତାଙ୍କୁ ଆଜି ହାର୍ଦ୍ଦିକଙ୍କ ବିକଳ୍ପ ଭାବେ ଚୟନ କରିଛି। ରବିବାର ଦିନ କୋଲ୍କାତାର ଇଡେନ୍ ଗାର୍ଡେନ୍ରେ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ରେ କ୍ରିଷ୍ଣା ଖେଳିବେ। ଅଳ୍ପ ଦିନ ତଳେ କ୍ରିଷ୍ଣା କର୍ଣ୍ଣାଟକ ତରଫରୁ ‘ସୟେଦ୍ ମୁସ୍ତାକ୍ ଅଲି ଟି୨୦ ଟ୍ରଫି’ ଖେଳି ଥିଲେ। ଏଥିରେ ଅଧିକାଂଶ ମ୍ୟାଚ୍ରେ ୫ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ।






More Stories
ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା…..
ଆଇପିଏଲ୍ ନିଲାମ ତାଲିକାରେ ଦୁଇ ଓଡିଆ…..
ବାରବାଟୀରେ ଭାରତର ବିରାଟ ବିଜୟ……